ରାଜ୍ୟ ନିର୍ବାଚନ କମିସନର୍‌ଙ୍କ କାର୍ଯ୍ୟକାଳ ସରିଲା

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିସନର୍‌ ରବି ନାରାୟଣ ସେନାପତିଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ତାଙ୍କୁ ୬୫ ବର୍ଷ ହୋଇଯାଇଥିବାରୁ ନିୟମ ଅନୁଯାୟୀ ସେ ଅବସର ନେଇଛନ୍ତି। ପରବର୍ତ୍ତୀ କମିସନର୍‌ ନିଯୁକ୍ତି କରାଯାଇ ନ ଥିବା ପରିପ୍ରେକ୍ଷୀରେ ସେ ପୂର୍ବ ପରି ତାଙ୍କ ଦାୟିତ୍ୱ ତୁଲାଇବେ ।

ଶ୍ରୀ ସେନାପତି ଉନ୍ନୟନ କମିସନର୍‌ ଭାବେ କାର୍ଯ୍ୟ କରି ଅବସର ନେଲା ପରେ ସରକାର ତାଙ୍କୁ ରାଜ୍ୟ ସମବାୟ ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତି ଦେଇଥିଲେ। ନୂଆ କରି ଏହି ପଦବି ସୃଷ୍ଟି ହେଲା ପରେ ସେ ପ୍ରଥମ କମିସନର୍‌ ହୋଇଥିଲେ। ୨୦୧୩ ଫେବ୍ରୁଆରିରେ ସେ ଏହି ଦାୟିତ୍ୱ ନେଇଥିଲେ। ୨୦୧୪ ଅଗଷ୍ଟ ମାସରେ ରାଜ୍ୟ ନିର୍ବାଚନ କମିସନର୍‌ ଅଜିତ ତ୍ରିପାଠୀ ଅବସର ନେଲା ପରେ ଶ୍ରୀ ସେନାପତିଙ୍କୁ ସରକାର ସେହି ସ୍ଥାନରେ ନିଯୁକ୍ତି ଦେଲେ। ଏହା ପରେ ସେ ସମବାୟ ନିର୍ବାଚନ କମିସନର୍‌ ପଦବିରୁ ଇସ୍ତଫା ଦେଇ ରାଜ୍ୟ ନିର୍ବାଚନ କମିସନର୍‌ ଭାବେ ଦାୟିତ୍ୱ ନେଲେ। କମିସନର୍‌ ଭାବେ ସେ ୩ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର