କଟକ : ରାଜ୍ୟର ବିଭିନ୍ନ ଫରେନ୍ସିକ ଲାବ୍ରେ କାର୍ଯ୍ୟରତ ସାଇଣ୍ଟିଫିକ୍ ଅଫିସରମାନଙ୍କୁ ପଦୋନ୍ନତିଭିତ୍ତିକ ବଦଳି କରାଯାଇଛି। କଳାହାଣ୍ତିର ନିକୁଞ୍ଜ କିଶୋର ପଟ୍ଟନାୟକଙ୍କୁ ବ୍ରହ୍ମପୁରର ଆର୍ଏଫ୍ଏସ୍ଲ୍, ଗଞ୍ଜାମର ଅକ୍ଷୟ କୁମାର ସାମଲଙ୍କୁ ଭୁବନେଶ୍ବରର ଏସ୍ଏଫ୍ଏସ୍ଏଲ୍କୁ ସହକାରୀ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ଭୁବନେଶ୍ବରର ସନ୍ତୋଷ କୁମାର ରଥ, ଶ୍ୟାମସୁନ୍ଦର ଦାସଙ୍କୁ ମୂଳସ୍ଥାନରେ ସହକାରୀ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ବର ଏସ୍ଏଫ୍ଏସ୍ଏଲ୍ର ସହକାରୀ ନିର୍ଦ୍ଦେଶକ ବିଭୂତି ଭୂଷଣ ରଥଙ୍କୁ ସମ୍ବଲପୁରର ଆର୍ଏଫ୍ଏସ୍ଏଲ୍ର ଉପ-ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିଲାବେଳେ ଭୁବନେଶ୍ବରରେ ସେ ଡେପୁଟେସନ୍ରେ ରହିବେ ବୋଲି ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।
ଫରେନ୍ସିକ୍ ଲାବର ସାଇଣ୍ଟିଫିକ ଅଫିସରଙ୍କ ପଦୋନ୍ନତିଭିତ୍ତିକ ବଦଳି
/sambad/media/post_attachments/wp-content/uploads/2020/07/SFSL.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)