ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ଫନିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ତତ୍ପରତା ଦେଖିବାକୁ ମିଳିଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଥମେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଏହି ସମୟରେ ହେଉଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯିବା ପରେ ଏବେ ବାତ୍ୟା ପ୍ରଭାବିତ ଅଂଚଳମାନଙ୍କରେ ଦକ୍ଷ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏଥିସହ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟକରୁଥିବା ଡାକ୍ତରମାନଙ୍କର ସମସ୍ତ ପ୍ରକାର ଛୁଟି ବାତିଲ କରାଯାଇଛି।  ଆସନ୍ତା ୧୫ ତାରିଖ ଯାଏଁ ଛୁଟି ବାତିଲ୍ କରାଯାଇଛି।

Advertisment

publive-image Representational Picture (India Tv)

ସାମୁଦ୍ରିକ ବାତ୍ୟା ଫୋନି ଦ୍ରୁତଗତିରେ ଓଡିଶାକୁ ମାଡି ଆସୁଥିବା ନେଇ ସୂଚନା ମିଳିବା ପରେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ସ୍ତରରେ ବ୍ୟାପକ ପ୍ରସ୍ତୁତି ଜୋରଦାର କରାଯାଇଛି । ତେବେ ଫନି ଦ୍ୱାରା ବେଶି ପ୍ରଭାବିତ ୫ ଜିଲ୍ଲା ପାଇଁ ୫ ଜଣ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପୁରୀ ଜିଲ୍ଲା ପାଇଁ ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜଗତସିଂହପୁର ପାଇଁ ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ରାପଡା ପାଇଁ ପ୍ରଦୀପ ଜେନା, ଯାଜପୁର ପାଇଁ ଅନୀଲ ସାମଲ , ବାଲେଶ୍ୱର ପାଇଁ ବଲୱନ୍ତ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଆଜି ସଂଧ୍ୟା ସୁଦ୍ଧା ଏହି ୫ ଆଇଏଏସ ଅଧିକାରୀଙ୍କୁ ସଂପୃକ୍ତ ଜିଲ୍ଲାରେ ପହଂଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ସାମୁଦ୍ରିକ ବାତ୍ୟା ଫନିକୁ ନଜରରେ ରଖି ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମାଚାରୀ ଓ ଡାକ୍ତରଙ୍କ ଛୁଟି ୧୫ ମେ ଯାଏଁ ବାତିଲ କରାଯାଇଛି । ଛୁଟିରେ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଯେଉଁଠାରେ ଥିବେ ସେଠାକାର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ କରିବେ । ଯେଉଁମାନେ ରିପୋର୍ଟ କରିଥିବେ ସେମାନଙ୍କ ବାବଦରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପାଇଁ ସେଠାକାର ସିଡିଏମଓଙ୍କୁ ନିର୍ଦେଶ ଦିଆଯାଇଛି ।