ବଦଳିଲା ମେଡିକାଲ ବଣ୍ଡ୍ ପଲିସି: ରାଜ୍ୟରେ ୨ବର୍ଷ କାମ ନ କରି ପିଜି କିମ୍ବା ସୁପର ସ୍ପେଶାଲିଟି କୋର୍ସ ପାଇଁ ବାହାରକୁ ଗଲେ ଦେବାକୁ ପଡ଼ିବ ଟଙ୍କା

ଭୁବନେଶ୍ବର: ରାଜ୍ୟ ସରକାର ମେଡିକାଲ ବଣ୍ଡ ପଲିସିରେ ପରିବର୍ତ୍ତନ ଆଣିଛନ୍ତି । ଏଣିକି ସରକାରୀ ମେଡିକାଲ କଲେଜରେ ଯେଉଁମାନେ ଏମବିବିଏସ ପରେ ପିଜି କିମ୍ବା ସୁପର ସ୍ପେଶାଲିଟି କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ କାମ କରିବାକୁ ବାଧ୍ୟ ହେବେ । ରାଜ୍ୟ ସରକାରଙ୍କ ଅଧୀନରେ ସେମାନେ ୨ ବର୍ଷ କାମ କରିବାକୁ ବାଧ୍ୟ ହେବେ । ଯଦି ଏଭଳି ନ କରନ୍ତି ତେବେ ସେମାନଙ୍କୁ ଏଥିପାଇଁ ମୋଟା ଅଙ୍କର ଟଙ୍କା ଜମା କରିବାକୁ ପଡିବ । ରାଜ୍ୟ ବାହାରକୁ  ପିଜି ପଢ଼ିବାକୁ ଯାଉଥିବା ଡାକ୍ତର ଦେଢ କୋଟି ଟଙ୍କା ଓ ସୁପର ସ୍ପେଶାଲିଟି କରିବାକୁ ଯାଉଥିବା ଡାକ୍ତରଙ୍କୁ ୨ କୋଟି ଟଙ୍କା ଦେବାକୁ ପଡିବ । ଚଳିତ ବର୍ଷରୁ ଏହା ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।

ବିଭାଗୀୟ ମନ୍ତ୍ରୀଙ୍କ କହିବା ଅନୁସାରେ, ଯେଉଁମାନେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ମେଡିକାଲ କଲେଜମାନଙ୍କରେ ପାଠପଢି ବାହାରକୁ ପିଜି କରିବାକୁ ଯିବେ ସେମାନଙ୍କୁ ମେଡିକାଲ ବଣ୍ଡ ପଲିସି ବାବଦକୁ ସର୍ବନିମ୍ନ ଦେଢ କୋଟି ଟଙ୍କା ଜମା କରିବାକୁ ହେବ । ସେହିଭଳି ସୁପର ସ୍ପେଶାଆଲିଟି ଛାତ୍ରଛାତ୍ରୀଙ୍କୁ ୨ କୋଟି ଟଙ୍କା ଜମା କରିବାକୁ ପଡିବ । ତେବେ ପୂର୍ବରୁ ଏଥିପାଇଁ  ଛାତ୍ରଛାତ୍ରୀଙ୍କୁ ୩୬ ଲକ୍ଷ ଟଙ୍କା ଦେବାକୁ ପଡୁଥିଲା। ଏହି ନୂଆ ନିୟମ ଅନୁସାରେ ଏଣିକି ଛାତ୍ରଛାତ୍ରୀଙ୍କୁ ୩୬ ଲକ୍ଷ ପରିବର୍ତ୍ତେ ଦେଢରୁ ୨ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ଖାଲି ଏତିକି ନୁହେଁ, ଯେଉଁମାନେ ଓଡ଼ିଶାକୁ ପାଠପଢିବାକୁ ଆସିବେ ସେମାନଙ୍କୁ ଓଡ଼ିଶାରେ ସର୍ବନିମ୍ନ ୨ ବର୍ଷ ରହି କାମ କରିବାକୁ ବାଧ୍ୟ ଅଟନ୍ତି ନଚେତ ଏତିକି ଟଙ୍କା ଦେଲେ ଯାଇ ସେମାନେ ଯାଇପାରିବେ ।

ସମ୍ବନ୍ଧିତ ଖବର