ବିବାହ, ଅନ୍ତେଷ୍ଟି କ୍ରିୟା ଏବଂ ଜନ ସମାବେଶ ପାଇଁ ନିୟମ କଡାକଡି କଲେ ରାଜ୍ୟ ସରକାର, ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମେ ୩୦ତାରିଖରେ କେନ୍ଦ୍ର ସରକାର ଲକଡାଉନ ୫.୦ ପାଇଁ ବିଭିନ୍ନ ନିର୍ଦେଶାବଳୀ ଜାରି କରିବା ସହ ଲକଡାଉନ ଅବଧିକୁ ଜୁନ ୩୦ପର୍ଯ୍ୟନ୍ତ ବଢ଼ାଇଥିଲେ | ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକଡାଉନ ୫.୦ ନିର୍ଦେଶାବଳୀ କରିଛନ୍ତି | କେନ୍ଦ୍ର ସରକାର କିଛି ନିୟମକୁ କୋହଳ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ କିଛି ନିୟମକୁ କଡାକଡି କରିଛନ୍ତି | ଲକଡାଉନ ୪.୦ରେ ବିବାହରେ ୫୦ଜଣ ଓ ଅନ୍ତେଷ୍ଟି କ୍ରିୟାରେ ୨୦ଜଣ ଲୋକ ଯୋଗ ଦେଇପାରିବେ ବୋଲି ନିୟମ ଲାଗୁ କରାଯାଇଥିବା ବେଳେ ଲକଡାଉନ ୫.୦ରେ ଏହାକୁ କଡାକଡି କରିଛନ୍ତି ସରକାର | ଅନେକ ସ୍ଥାନରେ ଏହି ନିୟମର ଉଲ୍ଲଙ୍ଘନ କରାଯାଉଥିବା ଦେଖି ଏଣିକି ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ ବରିଷ୍ଠ ଆଇପିଏସ୍ ଅଧିକାରୀ ଅଭୟ |

What is Social Distancing and Why is It Important? | UNC Health Talk
UNC Health Talk

ତାଙ୍କ କହିବା ମୁତାବକ, ବିବାହ କିମ୍ବା ଅନ୍ତେଷ୍ଟି କ୍ରିୟାକୁ ଯିବା ପାଇଁ ହେଲେ ଲୋକଙ୍କୁ ସ୍ଥାନୀୟ ପୁଲିସର ଅନୁମତି ନେବାକୁ ହବ | ଏହା ସହ ମୁହଁରେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ହେବ | ଅଫିସ ହେଉ ବା ସର୍ବସାଧାରଣ ସ୍ଥାନ ବା ଯାତ୍ରା କରିବା ସମୟରେ ମୁହଁରେ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି | ଏହା ସହ ବାହାରେ ଛେପ ପକାଇବାକୁ ମଧ୍ୟ ଦଣ୍ଡନୀୟ ଅପରାଧ ଭାବେ ଧରାଯିବ | ଏକ ସାଙ୍ଗରେ ଗୋଟେ ସ୍ଥାନରେ ୭ଜଣରୁ ଅଧିକ ଲୋକ ଛିଡା ହୋଇ କଥା ହୋଇପାରିବେ ନାହିଁ | ଜରୁରୀ ଜିନିଷ ଦୋକାନ ବାହାରେ ସାମାଜିକ ଦୂରତା ବଜାୟ ହେବ |

ସମ୍ବନ୍ଧିତ ଖବର