ଶରତ କରଙ୍କୁ ରାଜ୍ୟ ସରକାର ଉଚିତ ସମ୍ମାନ ଦେଇ ନାହାନ୍ତି : ନିରଞ୍ଜନ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତଦନ୍ତ ଦାବି କଲେ

ଭୁବନେଶ୍ୱର : ସ୍ବର୍ଗତ ଶରତ କୁମାର କରଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆ ନ ଯିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ‌ଏହି ପ୍ରସଙ୍ଗ‌ରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି କେତୋଟି ସମ୍ବେଦନଶୀଳ କଥା ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ କର ଆମ ସମୟର ଜଣେ ବରିଷ୍ଠ ରାଜନେତା ଥିଲେ। ସେ ବିଧାୟକ, ମନ୍ତ୍ରୀ, ସାଂସଦ ହେବା ସହ ବିଧାନସଭାର ବାଚସ୍ପତି ମଧ୍ୟ ଥିଲେ। ଜଣେ ସୁସାହିତ୍ୟିକ ଓ ସୁବକ୍ତା ଭାବେ ତାଙ୍କର ଖ୍ୟାତି ଥିଲା। ତାଙ୍କ ଦେହତ୍ୟାଗ ପରେ ତାଙ୍କ ପରିବାର ସଦସ୍ୟ ସ୍ବର୍ଗଦ୍ବାରରେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ କ୍ଷେତ୍ରରେ ସରକାର ଅନୁମତି ଦେଉଥିଲା ବେଳେ ଶରତ ବାବୁଙ୍କ କ୍ଷେତ୍ରରେ ଅନୁମତି ଦେଲେ ନାହିଁ। ସେ ବିଧାନସଭାରେ ବାଚସ୍ପତି ଥିବା ସତ୍ତ୍ବେ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭାକୁ ନିଆଗଲା ନାହିଁ। ବହୁ ଲୋକଙ୍କୁ ସରକାର ରାଷ୍ଟ୍ରୀୟ ମର୍ଯ୍ୟାଦା ଦେଉଥିଲା ବେଳେ ଶରତ ବାବୁଙ୍କ ପରି ଜଣେ ବିଶିଷ୍ଟ ଲୋକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଗଲା ନାହିଁ। କେଉଁମାନଙ୍କ ଦାୟିତ୍ବହୀନତା ପାଇଁ ଓଡ଼ିଶାରେ ଏପରି ଅପମାନଜନକ କାମ ହୋଇଛି, ମୁଖ୍ୟମନ୍ତ୍ରୀ ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ସମ୍ବନ୍ଧିତ ଖବର