ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍‌ ଜାରି: ମେଳା-ପ୍ରଦର୍ଶନୀ ଉପରେ ଲାଗିବ କଟକଣା

ଭୁବନେଶ୍ବର: କୋଭିଡ-୧୯ର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍‌’ ନେଇ ସମଗ୍ର ବିଶ୍ବବାସୀଙ୍କର ଚିନ୍ତା ବଢ଼ିଥିବା ବେଳେ ରାଜ୍ୟ ସରକାର ଆଗାମୀ ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍‌ ଜାରି କରିଛନ୍ତି। ଏହି ଗାଇଡଲାଇନ୍‌ ୨୦୨୨ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରେ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛନ୍ତି। ହସ୍ପିଟାଲ, ଆଇସିୟୁ ବେଡର ରୋଗୀ ସଂଖ୍ୟା ଉପରେ ମଧ୍ୟ ନଜର ରଖିବାକୁ କହିଛନ୍ତି। ପାର୍ବଣରେ କୋଭିଡ ଉପରେ ନଜର ରଖିବାକୁ କହିଛନ୍ତି ସେହିପରି ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ ବାଣିଜ୍ୟ ମେଳା ଉପରେ କଟକଣା ଲଗାଇଛନ୍ତି। ତେବେ ଆସନ୍ତା ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ବର୍ତ୍ତମାନ ଭଳି ପ୍ରତିଦିନ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ସପ୍ତାହନ୍ତ ସଟ୍‌ଡାଉନ୍‌ ରହିବ ନାହିଁ।

ସୂଚନାଯୋଗ୍ୟ, ଚଳିତ ମାସ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ଚିହ୍ନଟ ହେବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମେତ ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଗୁଡ଼ିକର ଚିନ୍ତା ବଢ଼ିଯାଇଛି। ଦକ୍ଷିଣ ଆଫ୍ରିକାରୁ ଫେରୁଥିବା ଯାତ୍ରୀମାନଙ୍କ ପାଇଁ ଅନେକ ଦେଶରେ କଟକଣା ଲାଗୁ ହୋଇଯାଇଛି। ଭାରତ ସରକାର ମଧ୍ୟ ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କ ପାଇଁ ସଂଗରୋଧ ବାଧ୍ୟତାମୂଳକ ଲାଗୁ କରିଦେଇଛନ୍ତି।

 

ସମ୍ବନ୍ଧିତ ଖବର