ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ୩ % ବଢ଼ିଲା

୨୦୧୯ ଜାନୁଆରି ପହିଲାରୁ ପିଛଲା ଭାବେ ଲାଗୁ ହେବ

ଭୁବନେଶ୍ବର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାକୁ ସରକାର ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ୨୦୧୯ ଜାନୁଆରି ପହିଲାରୁ ପିଛଲା ଭାବେ ଏହା ଲାଗୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।

ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଉପହାର ଘୋଷଣା କରିଛନ୍ତି । ମହଙ୍ଗାଭତ୍ତା ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ୯ରୁ ୧୨ ପ୍ରତିଶତ ମହାଙ୍ଗା ଭତ୍ତା ପାଇବେ।

ଏହା ୨୦୧୯ ଜାନୁଆରି ପହିଲାରୁ ପିଛଲା ଭାବେ ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୪୮ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ସେହିଭଳି ୬୨ ଲକ୍ଷ ପେନସନଭୋଗୀ ମଧ୍ୟ ଏହାର ଲାଭ ପାଇବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର