ଟୋଲ୍‌ ଫ୍ରି ନମ୍ବର ଜାରି କଲେ ରାଜ୍ୟ ସରକାର, ପରିବହନ କାର୍ଯ୍ୟାଳୟରେ ଖୋଲିବ ହେଲ୍‌ପ ଡେକ୍ସ

ଭୁବନେଶ୍ୱର: ମୋଟର ଯାନ ଆଇନ୍‌ରେ ସହାୟତା ପାଇଁ ରାଜ୍ୟ ସରକାର ଶନିବାର ଟୋଲ୍‌ ଫ୍ରି ନମ୍ବର ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ହେଲ୍‌ପ ଲାଇନ୍‌ ନମ୍ବର ୧୮୦୦-୩୪୫-୧୦୭୩ ଜାରି କରାଯାଇଛି। ସେହିପରି ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟରେ ହେଲ୍‌ପ ଡେକ୍ସ ଖୋଲିବ। ଏହା ସକାଳ ୮ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ। ଏହି ଡେକ୍ସ ମାଧ୍ୟମରେ ଲୋକଙ୍କର ସମସ୍ୟାର ସମାଧାନ କରାଯିବ।

ସଚିବ ଜି ଶ୍ରୀନିବାସ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପରିବହନ କାର୍ଯ୍ୟାଳୟଗୁଡ଼ିକରେ ଅଧିକ ସ୍ଲଟ୍‌ ରହିବ। ପରିବହନ କାର୍ଯ୍ୟାଳୟଗିଡ଼ିକରେ ହେଲ୍‌ପ ଫିଟ୍‌ନେସ୍‌ ସାର୍ଟିଫିକେଟ ଓ ରିନ୍ୟୁଆଲ୍‌ ପାଇଁ ଅଧିକ ବ୍ୟବସ୍ଥା କରାଯିବ।

ଦେଶରେ ନୂତନ ପରିବହନ ନିୟମ ଲାଗୁ ହେବା ପରେ ଗାଡ଼ିର ଲାଇସେନ୍ସ, ବୀମା, ପ୍ରଦୂଷଣ ପ୍ରମାଣ ପତ୍ର ନେଇ ଲୋକେ ଛାନିଆ ହୋଇପଡ଼ିଛନ୍ତି। ଲୋକେ ଘରୁ ସହର-ବଜାର ଭିତରକୁ ବାଇକ୍‌ ଅଥବା କାର୍‌ରେ ଯିବା ପାଇଁ ଭୟ କରୁଛନ୍ତି। କାରଣ ନୂତନ ପରିବହନ ନିୟମ ଅନୁସାରେ ଅଧିକାଂଶ ଲୋକଙ୍କ ପାଖରେ ଆବଶ୍ୟକ ପ୍ରମାଣ ପତ୍ର ନାହିଁ। ନୂତନ ଭାବେ ଗାଡ଼ିର ଲାଇସେନ୍ସ, ବୀମା, ପ୍ରଦୂଷଣ ପ୍ରମାଣ ପତ୍ର ପାଇବାକୁ ସରକାରୀ ସଂପର୍କିତ କାର୍ଯ୍ୟାଳୟଗୁଡ଼ିକରେ ପ୍ରବଳ ଭିଡ଼ ରହୁଥିବା ଦୃଷ୍ଟିଗୋଚର ହେଉଛି।

ସମ୍ବନ୍ଧିତ ଖବର