ଭୁବନେଶ୍ବର : ଓଡ଼ିଶା ସରକାର ରାଜ୍ୟରେ କୋଭିଡ୍ ଟିକାକରଣ ସମ୍ପୂର୍ଣ୍ଣ ମାଗଣାରେ କରିବା ପାଇଁ ବିଜେପି ଦାବି କରିଛି। ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଖୋଲାବଜାରରେ କୋଭିଡ୍ ଟିକା ଉପଲବ୍ଧ ହେଲେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ବିେଶଷଜ୍ଞ, ଡାକ୍ତର, ଟିକା ପ୍ରସ୍ତୁତକାରୀ କମ୍ପାନିମାନଙ୍କ ସହ ବିସ୍ତୃତ ଆଲୋଚନା କରି ରାଜ୍ୟ ସରକାର ଓ ଖୋଲା ବଜାରରେ ୫୦% ଟିକା ଉପଲବ୍ଧ କରାଇବାର ବ୍ୟବସ୍ଥା କଲେ। ଆସନ୍ତା ମେ’ ୧ ତାରିଖରୁ ୧୮ ବର୍ଷରୁ ଅଧିକ ସମସ୍ତ ଭାରତୀୟ ଟିକା ଗ୍ରହଣ କରିପାରିବେ। ଏହି ଘୋଷଣା ପରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଆସାମ ପରି କିଛି ରାଜ୍ୟ ନିଜ ନିଜ ରାଜ୍ୟ ପାଇଁ ଟିକା କିଣି ସେମାନଙ୍କ ରାଜ୍ୟବାସୀଙ୍କୁ ମାଗଣାରେ ଯୋଗାଇଦେବାକୁ ଘୋଷଣା କରିଛନ୍ତି। ତେଣୁ ଓଡ଼ିଶା ସରକାର ନିଜ ଆଡ଼ୁ ଆଗେଇ ଆସି ଟିକା ଉତ୍ପାଦନକାରୀ କମ୍ପାନିମାନଙ୍କ ସହ ଆଲୋଚନା କରି ଆମ ରାଜ୍ୟ ପାଇଁ ଅବାଶ୍ୟକ ମାତ୍ରାର ଟିକା କ୍ରୟ କରି ମାଗଣାରେ ଯୋଗାଇ ଦେବା ନିମନ୍ତେ ତୁରନ୍ତ ଘୋଷଣା କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।
ରାଜ୍ୟ ସରକାର ମାଗଣା କୋଭିଡ୍ ଟିକାକରଣ କରନ୍ତୁ : ବିଜେପି
/sambad/media/post_attachments/wp-content/uploads/2021/04/virus-vaccine-reuters.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)