ଭୁବନେଶ୍ବର : ସରକାରୀ ବିହନ ବିତରଣ ପ୍ରକ୍ରିୟାରେ ସାମିଲ ହେବ ମିଲେଟ୍ର ପାରମ୍ପରିକ ଦେଶୀ ବିହନ। ମିଲେଟ୍ ମିସନ ଯୋଜନାରେ ଏହା କାର୍ଯ୍ୟକାରୀ ହେବ। ଏସଂକ୍ରାନ୍ତରେ ବିହନ ପ୍ରକ୍ରିୟା ଗାଇଡ୍ଲାଇନ ପ୍ରସ୍ତୁତ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ହଟିବା ପରେ ଏସଂକ୍ରାନ୍ତରେ ପାଇଲଟ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ।
curioski.comରାଜ୍ୟରେ ୧.୪ ଲକ୍ଷ ହେକ୍ଟର ଜମିରେ ମିଲେଟ୍ ଚାଷ ହେଉଛି। ୧୫ଟି ଜିଲ୍ଲାର ୮୫ଟି ବ୍ଲକରେ ମିଲେଟ୍ ମିସନ କାର୍ଯ୍ୟ କରାଯାଏ। କିନ୍ତୁ ଅଧିକାଂଶ ଚାଷ କେବିକେ ତଥା ମୁଖ୍ୟତଃ କୋରାପୁଟରେ ହୁଏ। ଅନ୍ୟ ଚାଷ ଭଳି ମିଲେଟ୍ କୃଷିରେ ହାଇଏଲ୍ଡ କିମ୍ବା ହାଇବ୍ରିଡ ବଦଳରେ ପାରମ୍ପରିକ ଦେଶୀ ବିହନକୁ ଚାଷୀ ଗୁରୁତ୍ବ ଦେଇ ଆସିଛି। କିନ୍ତୁ ସରକାରୀସ୍ତରରେ ଦେଶୀ ବିହନ ବିତରଣ ପ୍ରକ୍ରିୟାରେ ସାମିଲ କରାଯାଇ ନାହିଁ। ଅର୍ଥାତ ସରକାର ବିହନକୁ ସାର୍ଟିଫାଏଡ କରି ସମବାୟ ସମିତି ଜରିଆରେ ରିହାତି ଦରରେ ଯେଉଁ ବିହନ ଦିଅନ୍ତି ସେଥିରେ ପାରମ୍ପରିକ ଦେଶୀ ବିହନ ନାହିଁ। ଏହି ପ୍ରକ୍ରିୟାରେ ପରିବର୍ତ୍ତନ ପାଇଁ ବିଭିନ୍ନ ସଙ୍ଗଠନର ସହଯୋଗରେ ମିଲେଟ୍ ମିସନ ଅଣ୍ଟା ଭିଡ଼ିଛି। ଏଥିପାଇଁ ରାଜ୍ୟରେ ୧୬୩ କିସମର ସଂରକ୍ଷିତ ଦେଶୀ ବିହନ ଚିହ୍ନଟ କରାଯାଇଛି। ଏଥିରୁ କୋରାପୁଟ, ରାୟଗଡ଼ା, ମାଲକାନଗିରିରୁ ରାଗି, ଗଜପତିରୁ କାଙ୍ଗୁ, ସୁନ୍ଦରଗଡ଼, ଗଜପତିରୁ ଜଓ୍ବାର ତଥା କୋରାପୁଟର ମାଣ୍ଡିଆର ପାରମ୍ପରିକ ଦେଶୀ ବିହନ ଚିହ୍ନଟ କରାଯାଇଛି। ସରକାରୀ ପ୍ରକ୍ରିୟାରେ ସାମିଲ ହେବା ପାଇଁ ବିହନକୁ ଷ୍ଟାଣ୍ଡାର୍ଡ ତିଆରି କରିବାକୁ ହେବ। କେଉଁ ବିହନ କେଉଁ କାର୍ଯ୍ୟ ପାଇଁ ଉପଯୋଗୀ ତାହା ଜଣାଇବାକୁ ପଡ଼ିବ। ଏଥିପାଇଁ ବିହନ ଷ୍ଟାଣ୍ଡାର୍ଡ କମିଟି ଗଠନ ହୋଇଛି।
/sambad/media/post_attachments/wp-content/uploads/2021/03/kpt-mandia.jpg)
ଏଥିରେ ସରକାରୀ ପ୍ରତିନିଧି, ବିହନ ସଂରକ୍ଷକ, ବୈଜ୍ଞାନିକ ଏବଂ ବିଶେଷଜ୍ଞମାନେ ରହିବେ। ସବୁଜ ବିପ୍ଳବ ପରେ ଉତ୍ପାଦନ ବୃଦ୍ଧି ପାଇଁ ହାଇଏଲ୍ଡ ଏବଂ ହାଇବ୍ରିଡ ବିହନକୁ ଗୁରୁତ୍ବ ଦିଆଯାଉଥିଲା। ମାତ୍ର ଏଥିଯୋଗୁଁ ପାଣି, ସାର ଅଧିକ ଖର୍ଚ୍ଚ ହେବା ସହିତ ରୋଗପୋକର ଆଶଙ୍କା ରହିଥାଏ। ଚାଷୀ କ୍ଷତିଗ୍ରସ୍ତ ହୁଏ। ଦେଶୀ ବିହନ ପାଣି ସଙ୍କଟ ଅଞ୍ଚଳରେ କମ ପାଣି ପାଇ ଭଲ ଉତ୍ପାଦନ ଦେଇଥାଏ। ଏପରିକି ମରୁଡ଼ି ହେଲେ ମଧ୍ୟ ଉତ୍ପାଦନ ବିଶେଷ ପ୍ରଭାବିତ ହୁଏ ନାହିଁ। ଏଥିସହିତ ଅନେକ ସ୍ଥାନୀୟ ବିହନ ସ୍ବାଦଯୁକ୍ତ, ରାନ୍ଧିବା ପାଇଁ ସହଜ ଏବଂ ମରୁଡ଼ି ସହଣି ଅଟେ। ଏହା ଚାଷୀମାନଙ୍କ ପାଇଁ ବେଶି ଉପଯୋଗୀ ହେବା ନେଇ ସଂରକ୍ଷକ ଚାଷୀମାନେ କହୁଛନ୍ତି। ଅନେକ ଚାଷୀ ବିନା ସରକାରୀ ଅନୁମୋଦନରେ ନିଜେ ସିଧାସଳଖ ଚାଷ ମଧ୍ୟ କରନ୍ତି। ସରକାରୀସ୍ତରରେ ବିହନ ଚେନ୍ରେ ସାମିଲ ପାଇଁ ଅନେକ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ। ମିଲେଟ୍ର ଦେଶୀ ବିହନ ସରକାରୀ ବିହନ ଚେନ୍ରେ ସାମିଲ ହୋଇଗଲେ ଧାନ ସମେତ ଅନ୍ୟ ଚାଷୀର ଦେଶୀ ବିହନ ମଧ୍ୟ ସରକାରୀସ୍ତରରେ ବିକ୍ରୟ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇ ପାରିବ ବୋଲି ଆଶା ରହିଛି। ଯାହା ସ୍ବାସ୍ଥ୍ୟକର ମଧ୍ୟ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/mandia-2.jpg)