ବ୍ୟାଙ୍କରେ ଟଙ୍କା ଜମା ନେଇ ବାବୁଙ୍କୁ ତାଗିଦ୍ : ଟଙ୍କା ବୁଡିଲେ ଜମା କରିଥିବା ଅଧିକାରୀ ଦାୟୀ

ସବୁ ବିଭାଗକୁ ଚିଠି ଲେଖିଲା ଅର୍ଥ ବିଭାଗ, ଟ୍ରେଜେରିରୁ ଟଙ୍କା ଉଠାଇ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଅନୁଗୁଳରେ ଜିଲ୍ଲା ପ୍ରଶାସନର ୫୯ଲକ୍ଷ ୮୪ ହଜାର ଟଙ୍କା ଗାଏବ ଘଟଣା ଉପରୁ ଏଯାଏ ପରଦା ଉଠିନାହିଁ। ଟଙ୍କା ଉଠାଇନେବା ଷଡ଼ଯନ୍ତ୍ରରେ କେଉଁମାନେ ସାମିଲ ଥିଲେ, କିଏ ପୁଣି ରାତିଅଧିଆ ଟଙ୍କା ଜମାକଲେ, େସସବୁ ଏବେ ବି ରହସ୍ୟାବୃତ୍ତ େହାଇ ରହିଛି। ସେ ସମୟର ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କୁ ପୁଲିସ ଗିରଫ କରିବାରେ ହିଁ ଅଟକିଯାଇଛି ସରାକାରୀ କାର୍ଯ୍ୟାନୁଷ୍ଠାନ। ଏହାକୁ ନେଇ ଚର୍ଚ୍ଚା ଥମିନି। ଠିକ୍ ଏମିତି ସମୟରେ ରାଜ୍ୟ ସରକାର କିନ୍ତୁ ବାବୁଙ୍କ କ୍ଷମତା ଉପରେ େଚାଟ ମାରିଛନ୍ତି। ଗତ ୪ ତାରିଖ ଦିନ ବ୍ୟାଙ୍କରେ ଟଙ୍କା ଜମା ସଂପର୍କରେ ଅର୍ଥ ବିଭାର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ସବୁ ବିଭାଗର ସଚିବଙ୍କୁ ଚିଠି ଲେଖିଥିଲେ। ଏହାର ଦୁଇ ସପ୍ତାହ ବିତିନି ଗତ ମଙ୍ଗଳବାର ଦିନ ଅର୍ଥ ବିଭାଗ ଜଣାଇଛି େଯ ବ୍ୟାଙ୍କରେ ସରକାରୀ ଟଙ୍କା ଜମା କରିବା ସମୟରେ ସଚିବ ଓ ଅଧିକାରୀମାନେ ସତର୍କ ରୁହନ୍ତୁ। ଯଦି ଟଙ୍କା ବୁଡିବ, ତେବେ ସଂପୃକ୍ତ ଅଧିକାରୀ ହିଁ ଦାୟୀ ରହିବେ।

ଅର୍ଥ ବିଭାଗର ଏହି ଚିଠି ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କଲାଭଳି। କାରଣ ଏହି ଚିଠି େକଉଁଠି ନା େକଉଁଠି ସୂଚାଇ ଦେଉଛି େଯ ସରକାର ବ୍ୟାଙ୍କମାନଙ୍କୁ ସନ୍ଦେହ ଆଖିରେ ଦେଖିବା ଆରମ୍ଭ କରିଛନ୍ତି। ଅର୍ଥ ବିଭାଗ େଲଖିଛି ଯେ ଗତ ଜୁଲାଇ ୨୦ ତାରିଖରେ ୧୭ଟି ସରକାରୀ ବ୍ୟାଙ୍କ, ୮ଟି ଘରୋଇ ବ୍ୟାଙ୍କ ସମେତ ଅନ୍ୟ ୪ଟି ବ୍ୟାଙ୍କର ତାଲିକା ବିଭିନ୍ନ ବିଭାଗକୁ ଦିଆଯାଇଥିଲା। ଏହି ସବୁ ବ୍ୟାଙ୍କରେ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓ ରାଜ୍ୟସ୍ତରୀୟ ସ୍ବୟଂଶାସିତ େସାସାଇଟି ଅର୍ଥ କାରବାର କରିପାରିବେ େବାଲି ନିର୍ଦେଶ ଦିଆଯାଇଥିଲା। ହେଲେ ଇତିମଧ୍ୟରେ ଦେଖାଯାଉଛି ଯେ ଏ ମଧ୍ୟରୁ କିଛି ବ୍ୟାଙ୍କର ଆର୍ଥିକ ସ୍ବାସ୍ଥ୍ୟ ଅବସ୍ଥା ଭଲ ନାହିଁ ବୋଲି ଖବରକାଗଜ ଓ ବିଭିନ୍ନ ମହଲରେ ରିପୋର୍ଟ ପ୍ରକାଶ ପାଉଛି। ଏସବୁ ବ୍ୟାଙ୍କରେ ଟଙ୍କା ଜମା କରିବା ସୁରକ୍ଷିତ ନୁହେଁ େବାଲି ପ୍ରଶ୍ନ ଉଠିଲାଣି। ନିୟମ ଅନୁସାରେ, ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୋଇଯାଏ ବା ବନ୍ଦ େହାଇଥାଏ, ତେବେ ଜମାକାରୀ ମାତ୍ର ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଅର୍ଥ ପାଇପାରିବ। ଏହାଠାରୁ ଆଉ ଅଧିକ ଅର୍ଥ ମିଳିବାର ନାହିଁ।

ଏଣୁ ସରକାରୀ ବିଭାଗ, ସାଧାରଣ ଉଦ୍ୟୋଗ ଓ ସଂସ୍ଥା ବ୍ୟାଙ୍କରେ ଟଙ୍କା ଜମା କରିବା ପୂର୍ବରୁ ସଂପୃକ୍ତ ବ୍ୟାଙ୍କର ଆର୍ଥିକ ସ୍ଥିତି ସଂପର୍କରେ ଅନୁସନ୍ଧାନ କରିବା ଦରକାର। ଅନ୍ୟଥା ପରବର୍ତୀ ସମୟରେ ଯଦି କୌଣସି ଅଘଟଣ ଘଟେ ବା ସମସ୍ୟା ସୃଷ୍ଟି ହୁଏ, ତେବେ ସେ କ୍ଷେତ୍ରରେ ସଂପୃକ୍ତ ଅଧିକାରୀ ହିଁ ଉତ୍ତରଦାୟୀ ରହିବେ।

ଅର୍ଥ ବିଭାଗ ସୂଚାଇଛି େଯ ରାଜ୍ୟ ସରକାରଙ୍କ ବିଭିନ୍ନ େଯାଜନା ଅର୍ଥ ରାଜ୍ୟ େକାଷାଗାର ମାଧ୍ୟମରେ ପରିଚାଳିତ ହେବ। ଏ େକ୍ଷତ୍ରରେ ଟଙ୍କା ବ୍ୟାଙ୍କରେ ଜମା କରିବାର କୌଣସି କାରଣ ନାହିଁ। ବିଭାଗ ଆହୁରି ତାଗିଦ୍ କରିଛି ଯେ ଯଥେଷ୍ଟ କାରଣ ନ ଥାଇ େଟ୍ରଜେରିରୁ କୌଣସି ଅଧିକାରୀ ଟଙ୍କା ଉଠାଇ ପାରିବେ ନାହିଁ ଓ ଏହାକୁ ନେଇ ପୁଣି ବ୍ୟାଙ୍କରେ ଜମା କରିପାରିବେ ନାହିଁ। ଏମିତି ହେଲେ, ଏହାକୁ ଆର୍ଥିକ ଅନିୟମିତତା ଭାବେ ବିଚାର କରାଯିବ। ଉଲ୍ଲେଖଯୋଗ୍ୟ ଯେ ଗତ ୪ ତାରିଖରେ େଗାଟିଏ ବ୍ୟାଙ୍କରୁ ଅର୍ଥ ନେଇ ଅନ୍ୟ ବ୍ୟାଙ୍କରେ ଜମା କରିବା ଉପରେ କଟକଣା ଜାରି କରିବା ସତ୍ତ୍ବେ ଏହାକୁ କଡାକଡି ପାଳନ ନ େହବା ପ୍ରସଙ୍ଗରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ମୀନା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର