ଭୁବନେଶ୍ୱର : ଆଜି ଓଏଏସ୍ ଅଫିସର ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ ହୋଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବାରିପଦା ଉପଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ୍ ଅଫିସର ଶରତ କୁମାର ପୁରୋହିତଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। କରଞ୍ଜିଆ ଉପଜିଲ୍ଲାପାଳ ପଦବି ଖାଲି ପଡ଼ିଥିଲା। ବାଙ୍କି ଉପଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କୁ ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପରେ ତାଙ୍କୁ କଳିଙ୍ଗ ନଗର ଆଞ୍ଚଳିକ ଶିଳ୍ପ କେନ୍ଦ୍ର(ଆରଆଇସି)ର ସାଧାରଣ ପରିଚାଳକ ଭାବେ ବଦଳି କରାଯାଇଛି। ସେହିପରି ଦର୍ପଣ ତହସିଲଦାର ଅରୁଣ କୁମାର ବିଶ୍ୱାଳଙ୍କୁ ବାଙ୍କି ଉପଜିଲ୍ଲାପାଳ ପଦବିରେ ଅବସ୍ଥାପିତ କରାଯାଇଛି।
ଓଏଏସ୍ ଅଫିସର ସ୍ତରରେ ଅଦଳ ବଦଳ
/sambad/media/post_attachments/wp-content/uploads/2017/11/odisha-logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)