ଭୁବନେଶ୍ବର: ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି ଟାସ୍କଫୋର୍ସ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ଗଠିତ ଏହି ଟାସ୍କଫୋର୍ସର ନାଁ ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ ଟାସ୍କଫୋର୍ସ ରଖାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ଅଧ୍ୟକ୍ଷଙ୍କ ସମେତ ୯ଜଣ ସଦସ୍ୟ ଅଛନ୍ତି। ଏଥିରେ ସ୍ଥାନ ପାଇଥିବା ସଦସ୍ୟମାନେ ହେଲେ ଜିତେନ୍ଦ୍ର କୁମାର, ଶଶୀ ପାଲ, ପଙ୍କଜ ଅଗ୍ରୱାଲ, ଡେରାଡୁନର ଆଇସିଏଫ୍ଆରଇ ଡିଜିଙ୍କ ପ୍ରତିନିଧି,ଏନଆରଏସସିର ଫରେଷ୍ଟ ଆଣ୍ଡ ଇକୋଲୋଜିର ମୁଖ୍ୟ, ପିକେ ମଲ୍ଲିକ, ଜେ କେ ପାଣିଗ୍ରାହୀ ଓ ବିଜୟ ଅଗ୍ରୱାଲ।
ଏହି ଟାସ୍କ ଫୋର୍ସ ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଉପାୟ ନେଇ ସୁପାରିସ କରିବ ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ। ଜୈବ ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବ ଏହି କମିଟି। ସବୁଠାରୁ ବଡ଼ କଥା ହେଲା କି, ଆଜିଠାରୁ ଆସନ୍ତା ୧୫ ଦିନ ଯାଏଁ ଏହି ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ଶିମିଳିପାଳ ନିଆଁ, ତାହାର ଜୈବବିବିଧତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।