ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ସ୍ବଚ୍ଛତା ନାହିଁ। ହିତାଧିକାରୀ ଚୟନ ପ୍ରକ୍ରିୟା ଅନେକ ମାତ୍ରାରେ ଦଳୀୟ ଆଧାରରେ କରାଯାଇଛି। ସରକାରୀ ଅର୍ଥକୁ ନିଜ ରାଜନୈତିକ ସ୍ବାର୍ଥ ପାଇଁ ବିଜେଡି ବ୍ୟବହାର କରୁଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଲେ, ଦେଶ ସାରା ଲାଗୁ ହୋଇଥିବା ମୋଦୀ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ କୌଣସି ବି ରାଜ୍ୟର ଗରିବଙ୍କ ସଂଖ୍ୟା ସାମିଲ ନେଇ ଆପତ୍ତି ନାହିଁ। ୨୦୧୧ ମସିହା ପରେ ରାଜ୍ୟରେ ୩୪ ଲକ୍ଷ ଗରିବ ଲୋକ ସୃଷ୍ଟି ହୋଇଥିବା ଓ ଏମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଯୁକ୍ତି ୧୯ ବର୍ଷର ଲମ୍ବା ଶାସନର ବିଫଳତାର ପ୍ରମାଣ। ଗରିବଙ୍କ ସଂଖ୍ୟା କମ୍ କରିବା ପାଇଁ ସରକାର ନିର୍ବାଚିତ ହୋଇଥିଲା ବେଳେ ନବୀନ ସରକାରଙ୍କ ୧୯ ବର୍ଷ ଶାସନରେ ଗରିବ ସଂଖ୍ୟା ୩୪ ଲକ୍ଷ ବଢ଼ିବା ବୋଲି କହିବା ନିଜ ବିଫଳତାର ପ୍ରମାଣ। ଏହା କ’ଣ ନବୀନ ପଟ୍ଟନାୟକଙ୍କ କଠିନ ପରିଶ୍ରମ ଓ ଶ୍ରେଷ୍ଠ ପ୍ରଶାସକର ଫଳ କି ବୋଲି ବିଜେପି ପ୍ରଶ୍ନ କରିଛି।
ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ସ୍ବଚ୍ଛତା ନାହିଁ: ବିେଜପି
/sambad/media/post_attachments/wp-content/uploads/2018/08/bjp-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)