କଣ୍ଟେନମେଣ୍ଟ ଜୋନ୍ ବାହାରେ ଏସବୁ ଗତିବିଧିକୁ ମିଳିବ ଅନୁମତି, ଜାନୁଆରି ୩୧ ଯାଏ ବନ୍ଦ ରହିବ ଅଙ୍ଗନବାଡ଼ି

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଜାନୁଆରି ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ନୂଆ ଗାଇଡଲାଇନ୍‌ ଅନୁସାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଂଚଳରେ ଲକ୍‌ଡାଉନ୍‌ ଜାରି କରାଯାଇପାରିବ।  ତେବେ କଣ୍ଟେନମେଣ୍ଟ୍ ଜୋନ ବାହାରେ କିପରି ଗତିବିଧି ରହିବ ସେ ନେଇ ଗାଇଡଲାଇନରେ ସ୍ପଷ୍ଟ ସୂଚନା ଦିଆଯାଇଛି। ଗୋଟିଏ ପକ୍ଷରେ ଜାନୁଆରିରେ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି ଯଥାକ୍ରମେ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଉପରେ ଛଡ଼ା ଯାଇଥିବା ବେଳେ ଜାନୁଆରି ୩୧ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖାଯାଇଛି। ତେବେ ଅନ୍ତିମକ୍ରିୟାରେ ଯୋଗଦାତାଙ୍କ ସଂଖ୍ୟାକୁ ରାଜ୍ୟ ସରକାର ୧୦୦କୁ ବୃଦ୍ଧି କରାଯାଇଛି। ଗତ ମାସରେ ଏହା ୫୦ରେ ସୀମିତ ଥିଲା। 

ଅନ୍ତର୍ଜାତୀୟ ବିମାନ ସେବା ଆଗାମୀ ଜାନୁଆରି ୩୧ ଯାଏ ବନ୍ଦ ରହିବ। କେବଳ ଗୃହ ମନ୍ତ୍ରାଳୟ ଦ୍ବାରା ଅନୁମୋଦିତ ଉଡାଣ ହୋଇପାରିବ।

ସେହିପରି ବୃହତ ସାମାଜିକ, ରାଜନୈତିକ, ଖେଳ, ମନୋରଂଜନ, ଶିକ୍ଷା, ସାଂସ୍କୃତିକ ଓ ଧାର୍ମିକ ସମାରୋହ ୨୦୦ଲୋକଙ୍କୁ ନେଇ ଆୟୋଜିତ ହୋଇପାରିବ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ମାନିବା ଏବଂ ହାତ ସାନିଟାଇଜ କରିବା ବାଧ୍ୟତାମୂଳକ ହେବ। ତେବେ ଜିଲ୍ଲାର କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଲୋକଙ୍କ ସଂଖ୍ୟା କମାଇପାରିବେ।

New Indian Express

ଜାନୁଆରିରେ ବିବାହ ସମାରୋହକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ୨୦୦ରୁ ଅଧିକ ଲୋକ ବିବାହ ସମାରୋହରେ ଏକତ୍ର ହୋଇପାରିବେ ନାହିଁ। ସେହିପରି ଅନ୍ତିମକ୍ରିୟାରେ ସର୍ବାଧିକ ୧୦୦ଜଣ ସାମିଲ ହୋଇପାରିବେ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ମାନିବା ଏବଂ ସାନିଟାଇଜ କରିବା ବାଧ୍ୟତାମୂଳକ ହେବ। ଯଦି ଗୋଟିଏ ଛାତ ତଳେ ୨୦୦ଜଣ ରହିବା ଭଳି ବ୍ୟବସ୍ଥା ରହିଛି, ତା’ହେଲେ ୫୦ ପ୍ରତିଶତ ଲୋକଙ୍କୁ ନେଇ ବ୍ୟବସାୟିକ ପ୍ରଦର୍ଶନୀ ହୋଇପାରିବ।

ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି। ଡିସେମ୍ବର ପହିଲାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିଯାଇଛି । ପୂର୍ବରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସ୍କୁଲ କଲେଜ ଖୋଲିବ ନାହିଁ ବୋଲି ଘୋଷଣା ହୋଇଥିବା‌ ବେଳେ ଜାନୁଆରିରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି କୁହାଯାଇଛି । ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଏହା ଅଧିନରେ ଥିବା ଶିକ୍ଷାନୁଷ୍ଠାନ ସଂପର୍କରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ଗାଇଡ଼ଲାଇନ‌ରେ ସ୍ପଷ୍ଟ କରାଯାଇଛି। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଓ ଏସଓପି ଜାରି କରି ସ୍କୁଲ ଖୋଲାଯାଇପାରିବ।

ସେହିପରି କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବେ ଉଚ୍ଚଶିକ୍ଷା ବିଭାଗ। କଲେଜଗୁଡ଼ିକ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିବା ବେଳେ ଏହାର ଅବଧିକୁ ଆହୁରି ବଢ଼ାଯିବ କି ନାହିଁ, ସେ ନେଇ ବିଭାଗ ନିଷ୍ପତ୍ତି ନେବେ। ବିଭାଗ ଅଧିନରେ ପରିଚାଳିତ କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଏଥି ସହ ଜଡ଼ିତ ବିଭିନ୍ନ ପକ୍ଷ ସହିତ ଆଲୋଚନା ମାଧ୍ୟମରେ ଖୋଲାଯାଇପାରିବ। ତେବେ ଏଥିଲାଗି ଗୃହବିଭାଗ ଏସଓପି, ୟୁଜିସି ଓ ଏଆଇସିଟିଇ ଗାଇଡଲାଇନ୍ ଅନୁସରଣ କରିବା ବାଧ୍ୟତାମୂଳକ ହେବ।

ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଜାନୁୟାରୀ ୩୧, ୨୦୨୧ପର୍ଯ୍ୟନ୍ତ ବନ୍ଦ ରହିବ ଏବଂ ହିତାଧିକାରୀଙ୍କୁ ରାସନ ଯୋଗାଣ ବ୍ୟବସ୍ଥା ଜାରି ରହିବ |

ସମ୍ବନ୍ଧିତ ଖବର