ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର: ପ୍ରତି ୨୦ କିମି ବ୍ୟବଧାନରେ ଏକ ଢାବା ଓ ଗ୍ୟାରେଜ ଖୋଲା ରହିପାରିବ

ସ୍ୱାଭାବିକ ଭାବେ ଗଡ଼ିବ ମାଲ ପରିବହନ ଗାଡ଼ି

ଭୁବନେଶ୍ୱର: ତାଲାବନ୍ଦ ସମୟରେ ମାଲ ପରିବହନକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ଆଜି ସବୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସରକାର ଉଲ୍ଲେଖ କରିଛନ୍ତି ଯେ, ପ୍ରତି ୨୦ କିଲୋମିଟରରେ ଗୋଟିଏ ଢାବା ଓ ଗ୍ୟାରେଜ ଖୋଲା ରହିବ । ସେହିପରି ଢାବାରେ କେବଳ ମାଲ ପରିବହନ କରୁଥିବା ଗାଡ଼ିର ଚାଳକ ଖାଇପାରିବେ ।

ରାଜ୍ୟରେ ମାଲଗାଡ଼ିଗୁଡ଼ିକ ସ୍ୱାଭାବିକ ଭାବେ ଗଡ଼ିପାରିବ ସେ ନେଇ ବ୍ୟବସ୍ଥା କରୁଛନ୍ତି ସରକାର । ମାଲ ପରିବହନ ଗାଡ଼ି ପାଇଁ କୌଣସି ପାସର ଆବଶ୍ୟକତା ନାହିଁ । ରାସ୍ତାକଡ଼ରେ ଥିବା ଢାବାଗୁଡ଼ିକରେ ଏହି ଗାଡ଼ିଗୁଡ଼ିକ ଅଟକିପାରିବ । ଗାଡ଼ିର ଚାଳକମାନେ ଢାବାରେ ଗାଡ଼ିଗୁଡ଼ିକ ରଖିପାରିବେ । ଏ ନେଇ ନିଜ ନିଜ ଜିଲ୍ଲାରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ ।

ସେପଟେ ଅନଃରାଜ୍ୟ ତନଖି ଫାଟକରେ ଅଟକିଥିବା ମାଲଗାଡିକୁ ଛାଡିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକଡାଉନ ପାଇଁ ଫାଟକରେ ଅଟକିଥିବା ମାଲଗାଡିକୁ ଛାଡିବାକୁ ଚିଠି ଲେଖିଥିଲେ । ସାମଗ୍ରୀ ନେଇ ଆସୁଥିବା ଗାଡି ଅଟକି ରହିଲେ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେବ । ତେଣୁ ସେସବୁ ସ୍ୱାଭାବିକ ଚାଲିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର