ଏଫବିଆଇ ତଦନ୍ତ ନେଇ ଭାରତ ସରକାରଙ୍କଠାରୁ କୌଣସି ଉତ୍ତର ଆସିନି: ଗୃହ ରାଷ୍ଟ୍ରମନ୍ତ୍ରୀ

ନବ ଦାସ ହତ୍ୟାକାଣ୍ଡ ଘଟଣା

ଭୁବନେଶ୍ୱର:  ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଏ ପର୍ଯ୍ୟନ୍ତ ଏଫବିଆଇ ତଦନ୍ତ ନେଇ କେନ୍ଦ୍ର ପକ୍ଷରୁ କୌଣସି ଉତ୍ତର ଆସିନି। ଅନ୍ୟ ରାଜ୍ଯରେ ଏଫବିଆଇ ତଦନ୍ତ ନେଇ ରାଜ୍ଯ ସରକାରଙ୍କ ପାଖରେ ଖବର ନାହିଁ। କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏଭଳି ଉତ୍ତର ରଖିଛନ୍ତି।

ସେ କହିଛନ୍ତି, ଅପରାଧିକ ଅପରାଧ / ମାମଲାର ପୁଲିସ୍ ଅନୁସନ୍ଧାନ ସମୟରେ ଆମେରିକାର ଏଫବିଆଇର ସହାୟତା ଲୋଡ଼ିଥିବା ଅନ୍ୟ କୌଣସି ରାଜ୍ୟ ବିଷୟରେ ସୂଚନା ଉପଲବ୍ଧ ନାହିଁ। ସିଆଇଡି, ସିବି, ଓଡ଼ିଶା, କଟକ, ଗୃହ ମନ୍ତ୍ରଣାଳୟ (ଏମଏଚଏ)ରୁ ମିଳିଥିବା ସୂଚନା ଅନୁଯାୟୀ ଭାରତ ସରକାର ସମସ୍ତ ରାଜ୍ୟ ସହ ବିଦେଶରେ ଅନୁସନ୍ଧାନ ତଥା ରୋଗାଟୋରୀ (ଏଲଆରଏସ୍) / ମ୍ୟୁଚୁଆଲ୍ ଲିଗାଲ୍ ଆସିଷ୍ଟାଣ୍ଟ ଚିଠି ପ୍ରଦାନ ପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ବାଣ୍ଟିଛନ୍ତି। ମ୍ୟୁଚୁଆଲ୍ ଲିଗାଲ୍ ଆସିଷ୍ଟାଣ୍ଟ ଚୁକ୍ତି (ଏମଏଲଏଟି) ହେଉଛି ଏକ ପ୍ରଣାଳୀ ଯେଉଁଥିରେ ଅପରାଧ ରୋକିବା, ଅନୁସନ୍ଧାନ ଏବଂ ଦୋଷୀ ସାବ୍ୟସ୍ତ କରିବାରେ ଆନୁଷ୍ଠାନିକ ସହାୟତା ପ୍ରଦାନ ତଥା ପାଇବା ପାଇଁ ଦେଶମାନେ ପରସ୍ପର ସହ ସହଯୋଗ କରନ୍ତି। ଆମେରିକା ସମେତ ଅନେକ ଦେଶ ସହିତ ଭାରତର ଏମଏଲଏ ଚୁକ୍ତି / ଦ୍ୱିପାକ୍ଷିକ ଚୁକ୍ତିନାମା ରହିଛି। ଅପରାଧିକ ମାମଲାରେ ମ୍ୟୁଚୁଆଲ୍ ଲିଗାଲ୍ ଆସିଷ୍ଟାଣ୍ଟ ଚୁକ୍ତି ସମ୍ବନ୍ଧୀୟ ଗାଇଡଲାଇନ ଅନୁଯାୟୀ ଭାରତ ସରକାରଙ୍କ ଏମଏଚଏ ମାଧ୍ୟମରେ ଏଭଳି ଅନୁରୋଧ କରାଯାଇପାରିବ। ଉପରୋକ୍ତ ବ୍ୟବସ୍ଥା ଅନୁଯାୟୀ, ଏମଏଚଏ ଭାରତ ସରକାରଙ୍କୁ ଆମେରିକାର ଏଫବିଆଇ ସହାୟତା ପାଇଁ ସ୍ଥାନାନ୍ତର କରାଯାଇଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର