ଭୁବନେଶ୍ବର: ରାଗିଙ୍ଗର ଶିକାର ହୋଇ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବାଚସ୍ପତି ରୁଲିଂ ଦେଇଛନ୍ତି। ଆଜିର ଗୃହକାର୍ଯ୍ୟ ଶେଷ ହେବା ପୂର୍ବରୁ ଗୃହରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିବୃତି ରଖିବା ପାଇଁ ଲାଗି ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିର୍ଦେଶ ଦେଇଛନ୍ତି।
ଶୂନ୍ୟକାଳରେ ପୁଣି ଥରେ ଉଠିଛି ରାଗିଙ୍ଗ କାରଣରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ।ରେ ବିଜେପି ସଦସ୍ୟମାନେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଏହା ଏକ ସ୍ପର୍ଶକାତର ବିଷୟ। ସରକାରଙ୍କର ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ଉପରେ ଅଙ୍ଗୁଳି ଉଠାଇଛି। ଏଥିରେ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅପରାଗତା ସାମ୍ନାକୁ ଆସିଛି। ରାଜ୍ୟରେ ଶିକ୍ଷାନୁଷ୍ଠାନ ମରଣ ଯନ୍ତା ପାଲଟିଛି।
କେବଳ ବିଜେବି କଲେଜ ନୁହେଁ, ରାଜ୍ୟର ଅନେକ କଲେଜରେ ମଧ୍ୟ ରାଗିଙ୍ଗ ହେଉଛି। ଅଧୀକ୍ଷକ ଝୁମୁକି ରଥ କେମିତି ଜାଣି ପାରିଲେ ନାହିଁ ଏହି ଘଟଣା। କେଉଁ ତିନି ଜଣ ସିନିୟର ଚାପ ପକାଉଥିଲେ ଶିକ୍ଷକଙ୍କ ପାଖରେ ଟିଉସନ ହେବାକୁ ତାଙ୍କ ଉପରେ ଆକ୍ସନ ନିଆଯାଉ। ୨୦୨୧-୨୨ରେ ଓଡ଼ିଶାରୁ ୪୦ଟି ମାମଲା ୟୁଜିସି ପାଖରେ ଦାଖଲ ହୋଇଛି। ସେ ରିପୋର୍ଟ ଆସିବା ପରେ ମଧ୍ୟ ସରକାର ଚୁପ ବସି ଯାଇଛନ୍ତି। ରାଗିଙ୍ଗକୁ ରୋକିବା ପାଇଁ ସ୍ୱତନ୍ତ୍ର ନୂଆ କଡ଼ା ଆଇନ ଆଣିବେ କି ରାଜ୍ୟ ସରକାର। ରାଗିଙ୍ଗ ପାଇଁ ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଛି । ଗତ ୫ ବର୍ଷରେ ୩ ହଜାର ୧୦୦ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି।
ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ବାଚସ୍ପତିଙ୍କ ରୁଲିଂ, ବିଧାନସଭାରେ ବିବୃତି ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ
/sambad/media/post_attachments/wp-content/uploads/2022/07/02e8d8f3-be82-4a09-b098-88cdd58bdaaf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)