ବଦଳିବ ରାଜ୍ୟ ଶିଳ୍ପ ନୀତି-୨୦୧୫

ଭୁବନେଶ୍ୱର : ଓଡ଼ିଶାରେ ନିର୍ମାଣ ଶିଳ୍ପର ଅଭିବୃଦ୍ଧି ଏବଂ ୪ ବର୍ଷରେ ପ୍ରାୟ ୩ ଲକ୍ଷ ଲୋକଙ୍କୁ ନିଯୁକ୍ତି ଲକ୍ଷ୍ୟରେ ରାଜ୍ୟ ଶିଳ୍ପନୀତି-୨୦୧୫ ପ୍ରଣୟନ ହୋଇଥିଲା। ୨୦୧୫ ସେପ୍ଟେମ୍ବର ୩ ରେ ମୁଖ୍ୟମନ୍ତ୍ରୀ ଏହି ଶିଳ୍ପ ନୀତି ଘୋଷଣା କରିଥିଲେ। ଅଢ଼େଇ ବର୍ଷ ମଧ୍ୟରେ ଏହା ବଦଳିବାକୁ ଯାଉଛି।

ଆଜି ଏ ନେଇ ଶିଳ୍ପ ବିଭାଗ ସୂଚନା ଦେଇଛି। ସୂଚନା ମୁତାବକ ଆସନ୍ତାକାଲି ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ଶିଳ୍ପ ନୀତିରେ ସଂଶୋଧନର ଆବଶ୍ୟକତା ନେଇ ଆଲୋଚନା ହେବ। ସଂଶୋଧନ ନେଇ ସୁପାରିସ ଚୂଡ଼ାନ୍ତ କରାଯାଇପାରେ। ଆଗାମୀ ଦିନରେ ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବୈଠକ ଅନୁଷ୍ଠିତ ହେବ। ସେଥିରେ ଶିଳ୍ପ ନୀତି ସଂଶୋଧନ ନେଇ ନୀତିଗତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର