ରାଜ୍ୟସ୍ତରୀୟ ଜଙ୍ଗଲ ଅଧିକାର ସମ୍ମିଳନୀ

ଭୁବନେଶ୍ବର : ରାଜ୍ୟସ୍ତରୀୟ ଜଙ୍ଗଲ ଅଧିକାରୀ ସମ୍ମିଳନୀ ଆଜି କସ୍ତୁରବା ନାରୀ ମହଲଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀର ସଂଯୋଜକ ଅନନ୍ତ ପଣ୍ଡାଙ୍କ ସଭାପିତତ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ଅତିଥିଭାବେ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ସାମାଜିକ କର୍ମୀ ସୁଦର୍ଶନ ଛୋଟରାୟ, ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, ପୂର୍ବତନ ବିଧାୟକ ସୁରେଶ ପାଣିଗ୍ରାହୀ, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ସାମାଜିକ ନ୍ୟାୟ ଅଭିଯାନର ଦେବୀ ପୃଷ୍ଟି, ପୁଷ୍ପାଞ୍ଜଳି ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ, ୨୦୦୮ ମସିହାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁଁ ଲକ୍ଷ ଲକ୍ଷ ଆଦିବାସୀ ଓ ବନବାସୀ ସାମ୍ବିଧାନିକ ଅଧିକାରଗୁଡ଼ିକରୁ ବଞ୍ଚିତ ‌ଅଛନ୍ତି। ଏହି ଆଇନ ଅନୁଯାୟୀ ଜଙ୍ଗଲ ଜମିରେ ଯଦି ଜଣେ ଆଦିବାସୀ ଓ ପାରମ୍ପରିକ ବନବାସୀ ୨୦୦୫ ଡିସେମ୍ବର ୧୩ତାରିଖ ପୂର୍ବରୁ ଦଖଲରେ ଅଛନ୍ତି ‌େତ‌ବେ ସର୍ବାଧିକ ୧୦ଏକର ପର୍ଯ୍ୟନ୍ତ ସ୍ବୀକୃତି ମଳିବ। ମାତ୍ର ରାଜ୍ୟ ସରକାର ବେଆଇନଭାବେ ଦଖଲ ପରିମାଣଠାରୁ କମ୍ କରି ଦେଇଛନ୍ତି। ଏହି ଆଇନ ଗୋଷ୍ଠୀ ଜଙ୍ଗଲ ସମ୍ବଳର ଅଧିକାରୀ ଭାବେ ଗ୍ରାମ ସଭାକୁ ଦେଇଥିବା ଜଙ୍ଗଲର ସୁରକ୍ଷା ଓ ପରିଚାଳନା କ୍ଷମତାକୁ କାର୍ଯ୍ୟକାରୀ କରୁ ନାହାନ୍ତି। ତେଣୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରାଜନୈତିକ ଦଳଗୁଡ଼ିକ ଜଙ୍ଗଲ ଅଧିକାର ଆଇନ ସଂପର୍କରେ ସେମାନଙ୍କ ନିର୍ବାଚନୀ ଇସ୍ତହାରରେ ଏ ସଂପର୍କରେ ଉଲ୍ଲେଖ କରିବାକୁ ସଂଗଠନ ପକ୍ଷରୁ ଦାବି ହୋଇଛି। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜଙ୍ଗଲ ଅଧିକାର ଉପରେ କାର୍ଯ୍ୟ କରୁଥିବା ନେତୃମଣ୍ଡଳୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର