କୁଳିଅଣା: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ଚାନ୍ଦୁଆ ହାଇସ୍କୁଲର ହକି ଟିମ୍ ଆସନ୍ତା ୧୮ ତାରିଖରେ ରାଉଲକେଲାସ୍ଥିତ ପାନପୋଷରେ ହେବାକୁ ଥିବା ରାଜ୍ୟସ୍ତରୀୟ ନେହେରୁ ହକି ଟୁର୍ଣ୍ଣାମେଣ୍ଟ-୨୦୨୨ରେ ଭାଗ ନେବାକୁ ମନୋନୀତ ହୋଇଛି।
ଏଥିପାଇଁ ଟିମ୍ର ପ୍ରଶିକ୍ଷକ ତଥା କ୍ରୀଡ଼ା ଶିକ୍ଷକ ବୀର ସିଂ ମାର୍ଣ୍ତିଙ୍କ ନେତୃତ୍ବରେ ୧୬ ଜଣିଆ ଟିମ୍ ଆଜି ରାଉଲକେଲା ଯାତ୍ରା କରିଛି। ପ୍ରଧାନଶିକ୍ଷକ ହେମସାଗର ନାଏକ ଖେଳାଳିମାନଙ୍କ ସଫଳତା କାମନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/38-12.jpg)