ଜୟପୁର: ସ୍ଥାନୀୟ ପ୍ରସାଦରାଓ ପେଟ୍ଟା ଆଦର୍ଶନଗର ଡିପି ଏକାଡେମୀ ପରିସରରେ ଚାଳିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଡବଲସ୍ ପ୍ରତିଯୋଗିତାର ଅଭିବକ୍ତ କୋରାପୁଟ ଜିଲ୍ଲାର ତିନୋଟି ବର୍ଗର ଫାଇନାଲ ପ୍ରତିଯୋଗିତା ଗତ କାଲି ସରିଥିବା ବେଳେ ଆଜି ଠାରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆଜିର ପ୍ରତିଯୋଗିତାରେ ଅତିଥି ଭାବେ ବିଶିଷ୍ଟ ଯୁବ ବ୍ୟବସାୟୀ ତଥା ସମାଜସେବୀ ସୁବାସ ରାଉତ, ବରିଷ୍ଠ କ୍ରୀଡାବିତ୍ ପ୍ରସାଦ କୁମାର ପଟ୍ଟନାୟକ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରି ଖେଳ ଆରମ୍ଭ କରିଥିଲେ। ଆଜି ଅନୁଷ୍ଠିତ ୪୦ବର୍ଷ ଉର୍ଦ୍ଧ୍ବ ବର୍ଗ ପ୍ରତିଯୋଗିତାରେ ବସନ୍ତ ସେନାପତି ଓ ମୋହନ ଦେବଙ୍କୁ ଖୋର୍ଦ୍ଧାର ପ୍ରଦୀପ ପଟ୍ଟନାୟକ ଓ ପ୍ରକାଶ ସାହୁ ହରାଇଥିଲେ। ଡ.ରବିନ୍ଦ୍ରନାଥ ଟାଗେର ପଟ୍ଟନାୟକ ଏବଂ ଏଲ୍ ତ୍ରିନାଥଙ୍ଖୁ ଡ. ୟୁଏସ୍ ପ୍ରଧାନ ସ ବିଶ୍ମୟ ମହାନ୍ତି ହରାଇଥିଲେ। ସଚ୍ଚି ଓଗଣେଶଙ୍କୁ ପ୍ରଶାନ୍ତ କୁମାର ବେହେରା ଓ ନିମା ୟନଜନ୍ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ସେପରି ବୁନୁ ଦାଶ ଓ ବିରେନଙ୍କୁ ସମୀର ସାହୁ ଓ ମହେଶ କୁରକେଜା ହରାଇଥିଲେ। ଜେଡି ରାଓ ଏବଂ ପ୍ରଶାନ୍ତ ମହାରାଣାଙ୍କୁ ଅଶୋକ ବେହେରା ଓ ଟି.ଅନିଲ ହରାଇଥିଲେ। ପ୍ରତାପ ଖାଡାଙ୍ଗା ଓ ବାଲି କ୍ରୀଷ୍ଣାଙ୍କୁ କେଶବ ବେହେରା ଓ ଆଶିଷ ନୟନ ହରାଇଥିଲେ। କେ.ସୋଲେଶ୍ବର ଓ ଅଶୁତୋଷ ସାହୁଙ୍କୁ ଅମନ ବାଲି ଓ ସୁମିତ ପାଣିଗ୍ରାହୀ ହରାଇଥିଲେ। ନରେଶ ଓ ଆଲିପଙ୍କୁ ସରୋଜ ଭୋଇ ଓ ଇରଫାନ ହରାଇଥିଲେ। ମଳୟ ବେହେରା ଓ ଦିବ୍ୟ ସେଠୀଙ୍କୁ ଆଇ.ତେଜୁ ଓ ସ୍ବାରାଜିତ ହରାଇଥିଲେ। ପ୍ରତୀକ ଓ ଦେବାଂଶଙ୍କୁ ରଂଜିତ ବାନ୍ଥୋ ଓ ଞାନଚାନ୍ଦ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।
୫୦ବର୍ଷରୁ ଉର୍ଦ୍ଧ୍ବ ବର୍ଗରେ ଅସିତ କୁମାର ପଟ୍ଟନାୟକ ଓ ନିମାଇଁ ଚରଣ ଦାଶଙ୍କୁ ୨୧-୧୮,୧୪-୨୧ ଓ ୨୧-୧୯ରେ କଳାକାର ପ୍ରଧାନ ଓ ତ୍ରିପତି ପାଣିଗ୍ରାହୀ ହରାଇ ଏହି ବର୍ଗର ଚମ୍ପିଆନ୍ ହୋଇଛନ୍ତି। ସେଭଳି ମୁକ୍ତବର୍ଗରେ କପିଳ ଅଗ୍ରୱାଲ ଓ ସୌମ୍ୟ ପାଢ଼ୀଙ୍କୁ ୨୧-୧୫ଓ ୨୧-୧୯ରେ ମଣିକାଣ୍ଟା ଓ ସୃତିରଂଜନ ହରାଇ ଚମ୍ପିଆନ୍ ହୋଇଛନ୍ତି। ମ୍ୟାଚ ଗୁଡିକରେ ଅମ୍ପାୟର ଭାବେ ଗୁପ୍ତେଶ୍ବର ସାହୁ, ରାକେଶ ବେମେଲ, ଦୀପକ ସାଗର, ସୁମନ ପାଣିଗ୍ରାହୀ ଓ ମ୍ୟାଚ ରେଫରୀ ଭାବେ ଅସିତ ପଟ୍ଟନାୟକ ଖେଳ ଗୁଡିକୁ ପରିଚାଳନା କରିଥିଲେ। ଟୁର୍ନାମେଣ୍ଟକୁ ପ୍ରତିଯୋଗିତା ଅଧ୍ୟକ୍ଷ ନିମାଇ ଚରଣ ଦାଶ, ଟୁର୍ଣ୍ଣାମେଣ୍ଟ ପରିଚାଳକ ଅସିତ କୁମାର ପଟ୍ଟନାୟକ, ଡିପି ଏକାଡେମୀର ସମ୍ପାଦକ ଦେବ ଦାଶ, ଯୁଗ୍ମ ସମ୍ପାଦକ ସୁବ୍ରତ କୁମାର ପଣ୍ଡା, କୃଷ୍ଣ ଚନ୍ଦ୍ର ଦାଶ, ଗୌରୀଶଙ୍କର ପଟ୍ଟନାୟକ, ବାଲେଶ କୁମାର, ଶଶି ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତା କାଲି ଠାରୁ ୨୩ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ।