ରାଜ୍ୟସ୍ତରୀୟ ବଲ୍‌ ବ୍ୟାଡ୍‌ମିଣ୍ଟନ୍‌, ଖୋର୍ଦ୍ଧା ବିଜେତା

ବ୍ରହ୍ମପୁର : ଗଂଜାମ ଜିଲ୍ଲା ବଲ୍ ବ୍ୟାଡ୍‌ମିଣ୍ଟନ୍ ସଂଘ ପକ୍ଷରୁ ସ୍ଥାନୀୟ ଖଲ୍ଲିକୋଟ କଲେଜ ପଡ଼ିଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ବଲ୍ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଜିଲ୍ଲାର ମୋଟ ୧୨ଟି (ପୁରୁଷ)ଦଳ ଅଂଶଗ୍ରହଣ କରିଥିଲେ। ଶ୍ରେଷ୍ଠ ପ୍ରଦର୍ଶନ କରି ଖୋର୍ଦ୍ଧା ଏବଂ ରାୟଗଡ଼ା ଦଳ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଫାଇନାଲ୍‌ ମୁକାବିଲାରେ ଖୋର୍ଦ୍ଧା ଦଳ ୨-୦ସେଟ୍‌ (୩୫-୨୩, ୩୫-୨୫ପଏଣ୍ଟ)ରେ ରାୟଗଡ଼ାକୁ ପରାସ୍ତ କରି ବିଜେତା ହୋଇଥିଲା। ବ୍ରହ୍ମପୁର ଦଳ କ୍ବାର୍ଟରଫାଇନାଲ୍‌ରୁ ବିଦାୟ ନେଇଥିବା ବେଳେ ଏହି ଦଳର ଆଶିଷ କୁମାର ସାହୁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା ସକାଳେ ଏହି ପ୍ରତିଯୋଗିତାର ଉଦ୍‌ଘାଟନ କରିଥିବା ବେଳେ ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଗଂଜାମ ଜିଲ୍ଲା ବଲ୍ ବ୍ୟାଡ୍‌ମିଣ୍ଟନ୍ ସଂଘ ସଭାପତି ସଚ୍ଚିଦାନନ୍ଦ ଦାସ, ସମ୍ପାଦକ ସଂଜୟ କୁମାର ବିଷୋୟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅନ୍ୟତମ ଅତିଥି ଭାବେ ଗଂଜାମ ଜିଲ୍ଲା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ, ପୂର୍ବତନ କର୍ପୋରେଟର୍‌ ଆର୍‌.ମୁରଲୀମୋହନ, ଗଂଜାମ ଜିଲ୍ଲା ଓକିଲ ସଂଘ ସଭାପତି କପିଳେଶ୍ବର ପଟ୍ଟନାୟକ, ରାଜ୍ୟ ବଲ୍ ବ୍ୟାଡ୍‌ମିଣ୍ଟନ୍ ସଂଘ ସମ୍ପାଦକ ସୁକାନ୍ତ ଦାସ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ କୁଳସଚିବ ବାବୁଜୀ ସାମଲ୍, ବରିଷ୍ଠ କ୍ରୀଡ଼ା ଶିକ୍ଷକ ପ୍ରକାଶ ପଣ୍ଡା ପ୍ରମୁଖ ଯୋଗ ଦେଇ ‌ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର