ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା: ଅଂଶଗ୍ରହଣ କଲେ ୭୨ ପ୍ରତିଯୋଗୀ

ସୋନପୁର: ସୋନପୁର ତେନ୍ତୁଳିଘାଟ ଭାଗବତ ପାଠାଗାର ପକ୍ଷରୁ ସୋମବାର ମହାନଦୀ ତେନ୍ତୁଳିଘାଟରେ ୬୦ ତମ ନୌଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ଅନୁଗୁଳ, ସମ୍ବଲପୁର ଆଦି ଜିଲ୍ଲାର ୩୬ଟି ଦଳ ତଥା ୭୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ବରଗଡ଼ ଜିଲ୍ଲା ତୁରୁମର ରସାନ୍ତ ତରିଆ ଓ ମନୋଜ ପାଣ୍ଡେ ପ୍ରଥମ, ସମ୍ବଲପୁରର ରାଧେଶ୍ୟାମ ମହାଲିକ ଓ ପ୍ରଦୀପ ବାଘ ଦ୍ବିତୀୟ, ବୌଦ୍ଧ ଜିଲ୍ଲା ତେନ୍ତୁଳିପାଲିର ମୁକେଶ ବେହେରା ଓ ପ୍ରମୋଦ ସେଠୀ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ।

ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅବକାରୀ ଏସ୍‌ପି ସୁମତି ତ୍ରିପାଠୀ ମୁଖ୍ୟ ଅତିଥି, ପ୍ରାକ୍ତନ ସୋନପୁର ପୌରାଧ୍ୟକ୍ଷ କଇରୁ ସ୍ବାଇଁ, ପ୍ରାକ୍ତନ ସୋନପୁର ପୌରାଧ୍ୟକ୍ଷ ପ୍ରକାଶ ସାହୁ, ଅଭିମନ୍ୟୁ କୁଶଳ, ପୁରୁଷୋତ୍ତମ ପାଣିଗ୍ରାହୀ, ଚକ୍ରାୟୁଧ ନାଏକ, ସିତୁ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ପାଠାଗାରର ସଭାପତି ସୂର୍ଯ୍ୟନାରାୟଣ ବେହେରାଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପାଦକ ପବିତ୍ର ସାହୁ, ଉପସଭାପତି ହିମାଂଶୁ ନାଏକ, କୋଷାଧ୍ୟକ୍ଷ ବୃଷଭ ବୁଡ଼େକ, ବୈଦ୍ୟନାଥ ସାହୁ, ମୁନା ବାରିକ, ସିଦ୍ଧାର୍ଥ ସାହୁ, ଚନ୍ଦନ ସେଠୀ, ପ୍ରଶାନ୍ତ ପାଣ୍ଡେ, ଜିତେନ୍ଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ। ସଞ୍ଜୟ ସାହୁ ନୌଚାଳନା ପ୍ରତିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର