ବାଲେଶ୍ବର: ଫକୀରମୋହନ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଆସୋସିଏସନ୍ ଅଫ୍ ଅଟୋଲାରିଙ୍ଗୋଲୋଜିଷ୍ଟ ଅଫ୍ ଇଣ୍ଡିଆ (ଗଳା, କର୍ଣ୍ଣ ଓ ନାଶା) ଓଡ଼ିଶା ରାଜ୍ୟ ଶାଖାର ୪୩ତମ ବାର୍ଷିକ ସମ୍ମିଳନୀ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀରେ ଜାତୀୟସ୍ତରର ଖ୍ୟାତିସମ୍ପନ୍ନ ଇଏନ୍ଟି ଡାକ୍ତରମାନେ ଯୋଗ ଦେଇଥିଲେ। ସେମିତି ରାଜ୍ୟର ବିଭିନ୍ନ ଡାକ୍ତରଖାନାର ଇଏନ୍ଟିର ବହୁ ସଂଖ୍ୟକ ଡାକ୍ତର ଏଥିରେ ଅଂଶଗ୍ରହଣ କରି ନିଜ ନିଜର ଦକ୍ଷତା ଉପସ୍ଥାପନ କରିଥିଲେ।
ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ଗବେଷଣା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି ଅବସରରେ ଅତ୍ୟାଧୁନିକ ଏବଂ ଉନ୍ନତ ପ୍ରଣାଳୀରେ ଏକ ଲାଇଭ୍ ସର୍ଜରୀ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀର ଡାକ୍ତର ନିଶି ଗୁପ୍ତା (ନାକ ମାଧ୍ୟମରେ ଚକ୍ଷୁର ଅଶ୍ରୁନଳୀ ଖୋଲିବା), ଜୟପୁରର ଡାକ୍ତର ମନିଶ ଗ୍ରୋଭର (ଥାଇରଏଡ୍ ସର୍ଜରୀ), ରାଜସ୍ଥାନର ଡାକ୍ତର ଗୌରବ ଗୁପ୍ତା (ସାଇନସ୍ ସର୍ଜରୀ) କରିଥିଲେ। ଏହାକୁ ଲାଇଭ୍ ମାଧ୍ୟମରେ ଉପସ୍ଥିତ ସମସ୍ତ ଡାକ୍ତର ଦେଖିଥିଲେ।
ସମ୍ମିଳନୀରେ ମେଡିକାଲ କଲେଜର ଡିନ୍ ଡାକ୍ତର ରାମଚନ୍ଦ୍ର ଗିରି, ସୁପରିନ୍ଟେଣ୍ଡେଣ୍ଟ ଡାକ୍ତର ସୁଜାତା ମିଶ୍ର, ପ୍ରଶାସନିକ ଅଧିକାରୀ ମନୋରମା ଭୂୟାଁ, ଏଓଆଇର ରାଜ୍ୟ ସଂପାଦକ ରାଜଲକ୍ଷ୍ମୀ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସ୍ବରୂପାନନ୍ଦ ମିଶ୍ର, ଇଏନ୍ଟି ଏଚ୍ଓଡି ଡାକ୍ତର ଅନିଲ କୁମାର ଦାଶ, ନୀଳମାଧବ ପୃଷ୍ଟି, ବିବେକାନନ୍ଦ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଡାକ୍ତର ଶ୍ରୀ ଦାଶଙ୍କୁ ରାଜ୍ୟ ସଂଘର ଉପସଭାପତି ଭାବେ ମନୋନୀତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/23-3.jpg)