‘ସମ୍ବାଦ’ ରାଜ୍ୟସ୍ତରୀୟ ‘ବିତର୍କ’ ପ୍ରତିଯୋଗିତାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ: ବାଜି ମାରିଲେ ଚନ୍ଦନ-ତେଜସ୍ୱିନୀ-ମୋନାଲି

ଭୁବନେଶ୍ୱର: ‘ସମ୍ବାଦ’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ‘ବିତର୍କ’ ପ୍ରତିଯୋଗିତାର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଛି। ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ପ୍ରତିଯୋଗିତାରେ ୨୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ‘ସମ୍ବାଦ’ର ୯ଟି ସଂସ୍କରଣର ଜୋନ୍‌ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ହାସଲ କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ‘ବିତର୍କ’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

‘ବିତର୍କ’ ପ୍ରତିଯୋଗିତାରେ ମୟୂରଭଂଜ ଜିଲ୍ଲାର ଉତ୍ତର ଓଡ଼ିଶା ମହାବିଦ୍ୟାଳୟର ଛାତ୍ର ଚନ୍ଦନ କୁମାର ଗିରି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସେହିପରି ରାଉରକେଲାସ୍ଥିତ ଉତ୍କଳମଣି ସରକାରୀ ହୋମିଓପାଥିକ କଲେଜର ଛାତ୍ରୀ ତେଜସ୍ୱିନୀ ମିଶ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ମୋନାଲି ସାହୁଙ୍କୁ ତୃତୀୟ ପୁରସ୍କାର ମିଳିଛି।

ଆଜିର  ‘ବିତର୍କ’ ପ୍ରତିଯୋଗିତାରେ ବିଚାରକ ଥିଲେ ବିଶିଷ୍ଟ ଭାଷାବିଜ୍ଞାନୀ ଡ.ଦେବୀପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ଓ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ।

ସମ୍ବନ୍ଧିତ ଖବର