ଭୁବନେଶ୍ୱର : କୃଷକମାନଙ୍କ ସମସ୍ୟାକୁ ନେଇ ‘ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି’ ପକ୍ଷରୁ ଆସନ୍ତା ୨୮ ତାରିଖ ଏକ ‘ରାଜ୍ୟସ୍ତରୀୟ କୃଷକ କନ୍ଭେସନ୍’ ସଂଗଠିତ ହେବ। ‘ଓଡ଼ିଶାର ସମନ୍ଵୟ କମିଟି ବୈଠକ’ରେ ୯ଟି କୃଷକ ସଂଗଠନର ନେତୃବୃନ୍ଦ ଏକାଠି ହୋଇ କହିଛନ୍ତି, ଫସଲଜନିତ କ୍ଷତିପୂରଣ ପ୍ରକୃତ ଚାଷୀଙ୍କୁ ପ୍ରଦାନ କରିବା, ଧାନ ସମେତ ମକା, କପା, ଆଖୁ, ପାନ, ନଡ଼ିଆ, ମୁଗ, ବିରି, ବାଦାମ ଆଦି ସମସ୍ତ କୃଷି ଉତ୍ପାଦର ସହାୟକ ମୂଲ୍ୟ ଉତ୍ପାଦିତ ଖର୍ଚ୍ଚର ଦେଢ଼ଗୁଣ ମୂଲ୍ୟ ଧାର୍ଯ୍ୟ, ଚାଷୀମାନଙ୍କୁ ଋଣମୁକ୍ତ କରିବା ଓ ବିନା ସୁଧରେ ନୂତନ ଋଣଦେବା, ଆତ୍ମହତ୍ୟା କରିଥିବା ପ୍ରତ୍ୟେକ କୃଷକ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ମରୁଡ଼ି, ଅଦିନିଆ ବର୍ଷା ଓ ଚକଡ଼ା ପୋକ ପ୍ରଭାବିତ ଅଞ୍ଚଳର ସମସ୍ତ ସରକାରୀ ଦେୟ ଜମି ଖଜଣା, ଜଳ କର, ବିଦ୍ୟୁତ୍ ଦେୟ ଇତ୍ୟାଦି ଛାଡ଼ କରିବା ଏବଂ ରବି ଫସଲ ପାଇଁ ବିହନ, ସାର, ଔଷଧ ମାଗଣାରେ ଯୋଗାଇ ଦିଆଯାଉ ବୋଲି ଦାବି କରାଯାଇଛି। ବୈଠକରେ ଅଖିଳ ଭାରତ କିସାନ୍ ରାଜ୍ୟ ସଭାପତି ଆଶିଷ କାନୁନ୍ଗୋ ସଭାପତିତ୍ୱ କରିଥିଲେ। ଏଥିରେ ସୁରେଶ ପାଣିଗ୍ର୍ରାହୀଙ୍କ ସହ ଅଶୋକ ପ୍ରଧାନ, ଶ୍ରୀକାନ୍ତ ମହାନ୍ତି, ଜ୍ୟୋତି ରଞ୍ଜନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଶଙ୍କର ସାହୁ ଓ ନରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ରାଜ୍ୟସ୍ତରୀୟ କୃଷକ କନ୍ଭେସନ୍ ୨୮ରେ
/sambad/media/post_attachments/wp-content/uploads/2017/11/farmers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)