ଭୁବନେଶ୍ବର : ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଏକ ପେନ୍ସନ୍ ଓ ଭବିଷ୍ୟନିଧି ଅଦାଲତ ଏଜି ସମ୍ମିଳନୀ କକ୍ଷେର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୫୦ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସେମାନଙ୍କର ଅଭିଯୋଗ ପତ୍ର ଉପସ୍ଥାପିତ କରିଥିଲେ। ଶ୍ରୀ ବସନ୍ତିଆ ସେମାନଙ୍କ ଅଭିଯୋଗ ଶୁଣିବା ସହ ତତ୍କାଳ ୨୦ ଜଣଙ୍କୁ ପେନ୍ସନ୍ ଓ ଭବିଷ୍ୟନିଧି ଦେୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କର ଅଭିଯୋଗ ଉପରେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବରିଷ୍ଠ ଉପ ମହାଲେଖାକାର (ପ୍ରଶାସନ ଓ ପେନ୍ସନ୍) ଦିନମଣୀ ମଲ୍ଲିକ ଓ ଉପ ମହାଲେଖାକାର ମସରୁର୍ ଅହମ୍ମଦ ପ୍ରଧାନ ମହାଲେଖାକାରଙ୍କୁ ସହାୟତା କରିଥିଲେ। ପେନ୍ସନ୍ ଅଦାଲତକୁ ପ୍ରଧାନ ମହାଲେଖାକାରଙ୍କ ସଚିବ ସୁଚିତ୍ରା ଭଟ୍ଟ, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ, ନିରଞ୍ଜନ ସେନାପତି, ସହକାରୀ ଲେଖା ଅଧିକାରୀ ସୁଶିଲ କୁମାର ମିଶ୍ର, ଅର୍ଦ୍ଧେନ୍ଦୁ ମଣ୍ଡଳ, ଅକ୍ଷୟ ମହାନ୍ତି ଓ ବସନ୍ତ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ।
ରାଜ୍ୟସ୍ତରୀୟ ପେନ୍ସନ୍ ଓ ଭବିଷ୍ୟନିଧି ଅଦାଲତ
/sambad/media/post_attachments/wp-content/uploads/2021/01/Pension-Adalat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)