ସମ୍ବଲପୁର : ଥଇଥାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟସ୍ତରୀୟ ଖେଳାଳି

ସମ୍ବଲପୁର : ଗୋଟିଏ ପଟେ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ କ୍ରୀଡ଼ାବିତ୍ ସୃଷ୍ଟି କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଅନ୍ୟପଟେ ଦେଶ ଓ ରାଜ୍ୟ ପାଇଁ ଖେଳିସାରିଥିବା କ୍ରୀଡାବିତ୍‌ମାନଙ୍କ ଥଇଥାନ କଥା ସରକାର ଭୁଲି ଯାଉଛନ୍ତି। ଏଭଳି ଅଭିଯୋଗ କରିବା ସହ ସରକାରୀ କିମ୍ବା ବେସରକାରୀ ସ୍ତରରେ ସେମାନଙ୍କୁ ଥଇଥାନ କରିବାକୁ ସମ୍ବଲପୁର ମହିଳା ଫୁଟ୍‌ବଲ୍‌ ଖେଳାଳିମାନେ ସୋମବାର ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।

ସେମାନଙ୍କ କହିବା ଅନୁଯାୟୀ, ରାଜ୍ୟ ଓ ଦେଶ ପାଇଁ ଖେଳିଥିବା ଖେଳାଳିମାନେ ଆଜି ଅସହାୟ ହୋଇଯାଇଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପରେ ବି ଆମ ପାଇଁ ଚାକିରି ନାହିଁ, ରୋଜଗାର ନଥିବାରୁ ପରିବାର ତ ଦୂରର କଥା ନିଜ ପେଟ ପୋଷିବା ପାଇଁ ବି ବହୁତ କଷ୍ଟ ଭୋଗିବାକୁ ପଡ଼ୁଛି। ଯଥାଘୀଘ୍ର ଯେକୌଣସି କ୍ଷେତ୍ରରେ ଥଇଥାନ କରିବା ପାଇଁ ସନ୍ତୋଷିନୀ ଓରାମ, ପଦ୍ମିନୀ ସୁନା, ମିନତୀ ଟିକ୍ରି, ସୁବାସିନି ବାଗ, ଡଲି ମୁଣ୍ଡା, ରତ୍ନୀ ମୁଣ୍ଡା, ମୀନା ଆଇନ୍ଦ, ମଧୁସ୍ମିତା ମେହେର, କର୍ମୀ ମୁଣ୍ଡା, ପାର୍ବତୀ ମୁଣ୍ଡା ପ୍ରମୁଖ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର