ରାଜ୍ୟସ୍ତରୀୟ ସାଇଭକ୍ତ ସମ୍ମିଳନୀ ସେପ୍‌ଟେମ୍ବର ୧୪ରେ

ଭୁବନେଶ୍ବର : ସାଇବାବାଙ୍କ ରାଜ୍ୟସ୍ତରୀୟ ସାଇଭକ୍ତ ସମ୍ମିଳନୀ ଆସନ୍ତା ସେପ୍‌ଟେମ୍ବର ୧୪ ତାରିଖ ସକାଳ ୯ଟା ୩୦ରେ ଜ‌ୟଦେବ ଭବନରେ ଅନୁଷ୍ଠିତ ହେବ। ଏହି ଅବସରରେ ଏକ ସ୍ମରଣିକା ପ୍ରକାଶ ପାଇବା ସହ ବଲାଙ୍ଗୀରର ରଂଜନ କୁମାର ପାଢ଼ୀଙ୍କ ଦ୍ବାରା ସଂଗୃହୀତ ବାବାଙ୍କର ଅନେକ ଦୁର୍ଲ୍ଲଭ ଫଟୋଚିତ୍ରର ପ୍ରଦର୍ଶନୀ ସହିତ ଶ୍ରୀ ସାଇଙ୍କ ସମ୍ପର୍କରେ ଓଡ଼ିଆ ଭାଷାରେ ପ୍ରକାଶିତ ବିଭିନ୍ନ ପୁସ୍ତକର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀସାଇବାବାଙ୍କ ପ୍ରଚାର ପ୍ରସାରରେ ସମର୍ପିତ କିଛି ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କୁ ‘ଶ୍ରଦ୍ଧା ସବୁରୀ ସମ୍ମାନ’ରେ ସମ୍ବର୍ଧିତ କରାଯିବ। ରାଜ୍ୟର ସମସ୍ତ ସାଇ ମନ୍ଦିର, ସାଇ ଟ୍ରଷ୍ଟ, ସାଇଭକ୍ତମାନେ ଏହି ସମ୍ମିଳନୀରେ‌ ଯୋଗ ଦେବାକୁ ଆୟୋଜକଙ୍କ ପକ୍ଷରୁ ପବିତ୍ର ମୋହନ ସାମଲ ଅନୁରୋଧ କରିଛନ୍ତି। ସ୍ମରଣିକା ପାଇଁ ଆଗ୍ରହୀ ଭକ୍ତମାନେ ଅଗଷ୍ଟ ୧୪ ତାରିଖ ସୁଦ୍ଧା ବି-୯, ସହିଦନଗର, ଭୁବନେଶ୍ବର-୭ ଠିକଣାରେ କିମ୍ବା email: [email protected] କିମ୍ବା [email protected]ରେ ନିଜର ଫଟୋ ସହିତ ଲେଖା ପଠାଇପାରିବେ। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ୯୪୩୭୪୯୪୪୪୯, ୯୪୩୭୦୪୫୪୨୫ ନମ୍ବରରେ ଯୋଗାଯୋଗ କରିବାକୁ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର