ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସତ୍‌ସଙ୍ଗ କର୍ମୀ ସମ୍ମିଳନୀ ୧୧ରେ : ଯୋଗଦେବେ ସତ୍‌ସଙ୍ଗର ପ୍ରଶାସକ ପୂଜନୀୟ ବାବାଇଦା’

ଭୁବନେଶ୍ବର : ଆସନ୍ତା ୧୧ ତାରିଖ, ରବିବାର ଦିନ ସ୍ଥାନୀୟ ସତ୍‌ସଙ୍ଗ ବିହାରରେ ରାଜ୍ୟସ୍ତରୀୟ ସତ୍‌ସଙ୍ଗ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି କର୍ମୀ ସମ୍ମିଳନୀରେ ଓଡ଼ିଶାର ୩୦ଟି ଜିଲ୍ଲାରେ ସକ୍ରିୟ ଥିବା ସହସ୍ରାଧିକ ସତ୍‌ସଙ୍ଗୀ କର୍ମୀ ଅ˚ଶଗ୍ରହଣ କରିବେ। ‘ସତ୍‌ସଙ୍ଗ’ର ପ୍ରଶାସକ ପୂଜନୀୟ ବାବାଇଦା’ ସମବେତ କର୍ମୀଙ୍କୁ ଉଦ୍‌ବୋଧନ ଦେବା ଲାଗି ଭୁବନେଶ୍ବର ଆସୁଥିବା ସତ୍‌ସଙ୍ଗ ବିହାର ପକ୍ଷରୁ ସୂଚନା ଦିଆଯାଇଛି।

ପୂଜନୀୟ ବାବାଇଦା’ ରବିବାର ସକାଳେ ଭୁବନେଶ୍ବର ସତ୍‌ସଙ୍ଗ ବିହାରରେ ପଦାର୍ପଣ କରିବା ପରେ ସମଗ୍ର ଓଡ଼ିଶାରୁ ଆଗତ ଆଗ୍ରହୀ ଗୁରୁଭ୍ରାତା ଓ ମାତୃମଣ୍ତଳୀଙ୍କୁ ସ୍ବସ୍ତ୍ୟୟନୀ ବ୍ରତ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସକାଳ ୧୦.୩୦ ମିନିଟରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୧୭ ତାରିଖରେ ‘ସତ୍‌ସଙ୍ଗ’ର ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦାଙ୍କ ଆର୍ଶୀବାଦ କ୍ରମେ ଏଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ସୁଧା-ସର୍ଜନା ମହୋତ୍ସବର ପ୍ରାକ୍‌ ପ୍ରସ୍ତୁତି ଓ ସଫଳ ରୂପାୟନ ନେଇ କର୍ମୀ ସମ୍ମିଳନୀରେ ଆଲୋଚନା ହେବ। ସତ୍‌ସଙ୍ଗର ପ୍ରଶାସକ ପୂଜନୀୟ ବାବାଇଦା’ କର୍ମୀମାନଙ୍କୁ ଦିଗଦର୍ଶନ ଦେବା ସହ ଆଚାର୍ଯ୍ୟଦେବଙ୍କ ଆଶୀର୍ବାଦକୁ ସାଫଲ୍ୟ ମଣ୍ତିତ କରାଇବା ଲାଗି ଉଦ୍‌ବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ କର୍ମୀ ଅ˚ଶଗ୍ରହଣ କରିବାକୁ ଭୁବନେଶ୍ବର ସତ୍‌ସଙ୍ଗ ବିହାର ପକ୍ଷରୁ ଅଭୟ କୁମାର ପରିଡା ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର