କେନ୍ଦୁଝର: କେନ୍ଦୁଝର ସହର ଉପକଣ୍ଠ ଶଙ୍କରପୁରଠାରେ ଥିବା ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସରେ  ତିନିଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ କେନ୍ଦୁଝର ନଗରପାଳ ନିକୁ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟର ୨୧ଟି ଜିଲ୍ଲାରୁ ୨୭୦ଜଣ ଏଥିରେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କେନ୍ଦୁଝର ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଆୟୋଜିତ ହେବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା ବୋଲି ଶ୍ରୀମତୀ ସାହୁ କହିଥିଲେ।

Advertisment

ଉଦ୍‌ଯାପନୀ ଉତ୍ସବରେ କେନ୍ଦୁଝର ବିଧାୟକ ମହନ ଚରଣ ମାଝୀ ଅତିଥିଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଟାଇକୋଣ୍ଡ ଆସୋସିଏସନର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ଦାସ, ରାଜ୍ୟ ସମ୍ପାଦକ ସନ୍ତୋଷ କୁମାର ମହାନ୍ତି, କେନ୍ଦୁଝର ସଂଘ କୋଷାଧ୍ୟକ୍ଷ ନିରଞ୍ଜନ ପାଣି ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ, କୃପାସିନ୍ଧୁ ମହାନ୍ତ, କୋଚ୍‌ ବିଜୟ କୁମାର ମହାନ୍ତ, ରାଜେଶ ଜେନା, ଅକିଲା ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।