ରାଉରକେଲା: ‘ବିର୍ସା ମୁଣ୍ଡା ଥିଲେ ଦେଶପ୍ରେମୀ ସଂଗ୍ରାମୀ। ଇଂରେଜ ଶାସକଙ୍କ ଅନ୍ୟାୟ, ଅତ୍ୟାଚାର ବିରୋଧରେ ସେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ମଧ୍ୟପ୍ରଦେଶର ଆଦିବାସୀଙ୍କୁ ଏକାଠି କରି ବିପ୍ଳବ କରିଥିଲେ। ସେ ଥିଲେ ପ୍ରେରଣାଦାୟୀ ପୁରୁଷ।’ ଆଜି ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଉରକେଲା ସେକ୍ଟର-୧୩ ମେଳଣ ପଡ଼ିଆରେ ରାଜ୍ୟସ୍ତରୀୟ ଜନଜାତି ଗୌରବ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମିତି କହିଥିେଲ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଜଙ୍ଗଲ ଜମି ଅଧିକାର ପ୍ରଦାନ ବଳରେ ସେମାନଙ୍କୁ ସଶକ୍ତ କରିବାଠାରୁ ଆରମ୍ଭ କରି ଜନଜାତି ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପ୍ଆଉଟ୍ ହାର ରୋକିବାକୁ ସହିଦ୍ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ଆର୍ଥିକ ସହାୟତା ଯାଏଁ ଅନେକ ପଦକ୍ଷେପ ନିଆଯାଉଛି। ଜନଜାତି ସଶକ୍ତୀକରଣର ସବୁଠାରୁ ବଡ଼ ଉଦାହରଣ ହେଉଛି ମହାମହିମ ରାଷ୍ଟ୍ରପତି ଓ ସେ ନିଜେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଜନଜାତିଙ୍କ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ
୬୦୯ କୋଟିର ପ୍ରକଳ୍ପର ଭିତ୍ତିପ୍ରସ୍ତର
ହନୁମାନବାଟିକା-ପାୱାରହାଉସ୍ ରାସ୍ତା ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ
ଶକ୍ତିବଜାର ପାର୍ଶ୍ବ ହେବ ବିର୍ସା ମୁଣ୍ଡା ପାର୍କ
/filters:format(webp)/sambad/media/media_files/2025/11/16/sfhshffh-2025-11-16-01-25-36.jpg)
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ୧୩୪୫ କୋଟି ଟଙ୍କାର ୫୬୫ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ୬୦୯ କୋଟିର ୧୫୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଉରକେଲା ସହରର ହନୁମାନବାଟିକା ଛକରୁ ପାୱାରହାଉସ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଯାଇଥିଲା। ସେହିଭଳି କୋଏଲନଗର ଶକ୍ତିବଜାର ପାର୍ଶ୍ବରେ ବିର୍ସା ମୁଣ୍ଡା ପାର୍କ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।
ଏହି ପରିପ୍ରେକ୍ଷୀରେ ଗୁଜୁରାଟରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଥିଲେ। ଯାହାର ସିଧାପ୍ରସାରଣ ମୁଖ୍ୟମନ୍ତ୍ରୀ, ମଞ୍ଚାସୀନ ଅତିଥି ଓ ସାଧାରଣ ଜନତା ଶୁଣିଥିଲେ। କାର୍ଯ୍ୟକ୍ରମରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ସାରଦା ପ୍ରସାଦ ନାୟକ, ଦୁର୍ଗାଚରଣ ତନ୍ତୀ ଉପସ୍ଥିତ ଥିଲେ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିସନର ତଥା ଶାସନ ସଚିବ ବି. ପରମେଶ୍ବରନ୍ ସ୍ବାଗତ ଭାଷଣ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଧନ୍ୟବାଦ ଦେଇଥିଲେ। ଆର୍ଏମ୍ସି କମିସନର ଦୀନା ଦସ୍ତଗୀର ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/16/mohan-2025-11-16-01-25-24.jpg)