ନୂଆଦିଲ୍ଲୀ: ଭୁବନେଶ୍ୱରସ୍ଥିତ ‘ଏମ୍ସ୍’ ଏବଂ ବାଲେଶ୍ୱରରେ ଥିବା ‘ସାଟେଲାଇଟ୍ ସେଣ୍ଟର୍’ର ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ତଥା ଭୂ-ବିଜ୍ଞାନ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
Had the opportunity to meet Hon’ble Minister @drharshvardhan ji & invited his attention to the pressing need for Special Fund allocation on the basis of patient load for AIIMS, BBSR to strengthen its infrastructure & facilities and also that of the Satellite Centre at Balasore. pic.twitter.com/5DhbHDg07x
— Pratap Sarangi (@pcsarangi) March 23, 2021
ଟୁଇଟ୍ କରି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କୁ ଭେଟି ଏ ସଂକ୍ରାନ୍ତରେ ଅବଗତ କରାଇଛନ୍ତି। ଭୁବନେଶ୍ୱର-‘ଏମ୍ସ୍’ର ରୋଗୀସଂଖ୍ୟାକୁ ଆଧାର କରି ଏହାର ଶୈକ୍ଷିକ ତଥା ଅଣ-ଶୈକ୍ଷିକ ପଦବୀ ପୂରଣ ନିମନ୍ତେ ତୁରନ୍ତ କର୍ମଚାରୀ ଚୟନ କରିବା ନିମନ୍ତେ ସେ ତାଙ୍କୁ ଅନୁରୋଧ କରିଛନ୍ତି। ଏ ପ୍ରସଙ୍ଗରେ ବିଚାର କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କଥା ସେ କହିଛନ୍ତି।