ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ଶେଷ ହୋଇଛି। ବୈଠକରେ କାଳିଆ ଯୋଜନା ପାଇଁ ଜରୁରୀକାଳୀନ ପାଣ୍ଠିରୁ ନିଆଯାଇଥିବା ଟଙ୍କାକୁ ଫେରସ୍ତ ନେଇ ଅନୁମୋଦନ ମିଳିଛି। ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଧନ୍ୟବାଦ ଜଣାଇଛନ୍ତି। ନବୀନ ଲୋକଙ୍କ ପାଖକୁ ଯାଇ ସମସ୍ୟାର ସମାଧାନ କରିବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ପଞ୍ଚମ ଇନିଂସରେ ସାଧାରଣ ଜନତାଙ୍କୁ ପ୍ରାଥମିକତା ଦେଉଛନ୍ତି। ବିଜେଡ଼ି ସରକାର ଗିଢିବା ପରେ ନିୟମିତ ରୂପେ ସେ ନେତାମନ୍ତ୍ରୀଙ୍କ କ୍ଲାସ୍ ନେଉଛନ୍ତି। ଜନତାଙ୍କ ସୁଖ ସୁବିଧାରେ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ।
ବିପଦ ଆପଦ ସମୟରେ ଲୋକଙ୍କ ମନ ଜିଣିବା ସହ କାର୍ଯ୍ୟଧାରାକୁ ସୂଚାରୁ ରୂପେ ତୁଲାଇବା ପାଇଁ ଲୋକଙ୍କ ସହ ସମ୍ପର୍କରେ ରହିବା ଆବଶ୍ୟକ। ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦିଅ, ଲୋକଙ୍କୁ ଗୁରୁତ୍ୱ ଦିଅ, ଆଉ ଲୋକଙ୍କ ପାଇଁ କାମ କର ବୋଲି ନବୀନ ପ୍ରଥମରୁ ନେତାମନ୍ତ୍ରୀଙ୍କୁ ପରାମର୍ଶ ଦେଉଛନ୍ତି। ଆଜି ବି ମନ୍ତ୍ରୀପରିଷଦ ବୈଠକରେ ସମାନ କଥା ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ମନ୍ତ୍ରୀମାନଙ୍କୁ ୫ ସୂତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
- ରାଜ୍ୟର କୋଣ ଅନୁକୋଣକୁ ଅଧିକ ଗସ୍ତ କରିବା ପାଇଁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ବିଷୟରେ ବୁଝିବା ସହଜ ହେବ। ତୃଣମୂଳ ସ୍ତରରେ ପ୍ରତକ୍ଷ୍ୟ ରୂପେ ଜଡ଼ିତ ହେଲେ ବିଭାଗର କାମ ବିଷୟରେ ତଦାରଖ କରିହେବ।
- ମନ୍ତ୍ରୀମାନେ କାର୍ଯ୍ୟାଳୟ କିମ୍ବା କୌଣସି ଅନୁଷ୍ଠାନକୁ ଅଚାନକ୍ ପରିଦର୍ଶନ କରିବା ଉଚିତ। ଅଚାନକ୍ ପରିଦର୍ଶନ ସରକାରୀ ସେବାକୁ ତ୍ୱରାନ୍ଵିିତ କରିବାରେ ସହାୟକ ହେବ।
- ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁବିଧା ଅସୁବିଧାକୁ ପ୍ରାଥମିକତା ଦେଇଛନ୍ତି। ଲୋକଙ୍କୁ ଭେଟି, ଲୋକଙ୍କ ସମସ୍ୟା ବୁଝିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିଧାସଳଖ ଲୋକଙ୍କ ସହ ମିଶି ପ୍ରତିକ୍ରିୟା ନେବା ଜରୁରୀ।
- ବର୍ତ୍ତମାନ ପାଇଁ ରାଜ୍ୟରେ ପରିବର୍ତ୍ତନ ପାଇଁ ୫-ଟି ଗୁରୁତ୍ୱପୂର୍ଣ୍ଣ। ବ୍ୟକ୍ତିଗତ ଭାବେ ୫-ଟି ଗୁରୁତ୍ୱ ଦେବାକୁ ପଡ଼ିବ।
-ସ୍ୱଚ୍ଛତା ଓ ଦକ୍ଷତା ପାଇଁ କମ୍ପ୍ୟୁଟରାଇଜେସନ୍ ଜରୁରୀ। ଶତ ପ୍ରତିଶତ କାମ ଓସଓ୍ଵାସ୍ ଜରିଆରେ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/naveen-9.jpg)