ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ତର ଗୋପବନ୍ଧୁ ନଗରସ୍ଥିତ ଟାଉନ ହଲ ପରିସରରେ ଥିବା ଜିଲ୍ଲା ସ˚ଗ୍ରହାଳୟ ତା’ର ଐତିହ୍ୟ ହରାଇବାକୁ ବସିଲାଣି। ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ଅଣଦେଖା ଯୋଗୁଁ ସଂଗ୍ରହାଳୟଟି ଇତିହାସ ପାଲିଟିବାକୁ ବସିଛି। ଜୟପୁରରେ ସଂଗ୍ରହାଳୟଟି ରହିଥିବା ଯୋଗୁଁ ସଂସ୍କୃତି ବିଭାଗ ବି ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପ୍ରତି ଆଦୌ ଗୁରୁତ୍ବ ଦେଉନଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି। ଯେଉଁ ଲକ୍ଷ୍ୟ ନେଇ ଏହା ୧୯୭୬ ମସିହା ଜାନୁଆରୀ ମାସ ୨୬ ତାରିଖରେ ଏହାର ଶିଳାନ୍ୟାସ କରାଯାଇଥିଲା ତାହା ଏବେ ବିଫଳ ହୋଇଛି। ମୌଳିକତା ହରାଇ ସଂଗ୍ରହାଳୟଟି ଏକ ଟିଣଛପର ଘର ମଧ୍ୟରେ ସୀମିତ ହୋଇ ରଖିଛି। ଅସ୍ତିତ୍ବ ହରାଇବାକୁ ବସିଛି ଅବିଭକ୍ତ କୋରାପୁଟର ବିଭିନ୍ନ ଅଞ୍ଚଳରୁ ସ˚ଗୃହିତ ବିରଳ କଳାକୃତ୍ତି ସାଇତିଥିବା ଏହି ସ˚ଗ୍ରହାଳୟ।
କେବଳ ଗୋଟିଏ ଘର, ଜଣେ କର୍ମଚାରୀ ଓ କିଛି ଐତିହାସିକ କଳାକୃତ୍ତି ମଧୢରେ ସିମିତ ରହିଛି। ସ୍ଥାୟୀ ଘର ଥିଲେ ମଧୢ ନାହାନ୍ତି ଆବଶ୍ୟକ ପରିମାଣରେ କର୍ମଚାରୀ । ଜଣେ ମାତ୍ର ପିଅନଙ୍କ ହାତରେ କୋଟି କୋଟି ଟଙ୍କା ମୂଲ୍ୟର କଳାକୃର୍ତ୍ତି, ୪୭ଟି ବିରଳ ଜୌନ ଓ ବୌଦ୍ଧ ମୂର୍ତ୍ତି, କୋରାପୁଟରେ ହଜିଯାଇଥିବା ୧୨୦ ପ୍ରକାରର ଧାନ ନମୂନା, ୨୦ରୁ ଅଧିକ ବରିଳ ପ୍ରଜାତି କାଠର ନମୂନା, ଡାଲି ଜାତୀୟ ଦ୍ରବ୍ୟର ନମୂନା, ବିଭିନ୍ନ ସମୟରୁ ଉଦ୍ଧାର ହୋଇଥିବା ଶିଳାଲିପି, କୋରାପୁଟ ଜିଲ୍ଲାର ବିଳର ଖଣିଜ ପଦାର୍ଥ, ପେପର ତିଆରି ପାଇଁ ଅବଶ୍ୟକ କଞ୍ଚାମାଲ, ଟେରାକୋଟା, ଗୋବର କଣ୍ଡେଇ, ଲାଖ କାମର ଦ୍ରବ୍ୟ, ଆଦିବାସୀ ଲୁଗା, ବିରଳମୁଦ୍ରା, ହାତୀ ଦାନ୍ତ, ଢୋକ୍ରା କଳାକୃତ୍ତି ଓ ମହମ ତିଆରି ସାମଗ୍ରୀ ରହିଛି। ହେଲେ ଯେଉଁଥିପାଇଁ ଏହାକୁ ରଖାଯାଇଛି ତାହା ଏବେ ଲୋକଲୋଚନକୁ ଆସିପାରୁନାହିଁ। ଏହି ସ˚ଗ୍ରାହଳୟ ପାଇଁ ଜଣେ ବରିଷ୍ଟ କର୍ମଚାରୀଙ୍କ ଆବଶ୍ୟକ ରହିଥିବା ବେଳେ ଜଣେ ମାତ୍ର ଠିକା କର୍ମଚାରୀଙ୍କ ହାତରେ ସମର୍ପି ଦେଇ ଜିଲ୍ଲାପ୍ରଶାସନ ଶୋଇପଡିଛିା ଏହି ସ˚ଗ୍ରହାଳୟ ସକାଳ ୧୦ରୁ ସାଢ଼େ ଗୋଟାଏ ଏବଂ ଅପରାହ୍ନ ୨ଟାରୁ ୫ଟା ଯାଏ (ସୋମବାର ବ୍ୟତୀତ) ସବୁ ଦିନ ଖୋଲା ରହୁଛି ବୋଲି କହିଛନ୍ତି ୨୦୦୮ରୁ ଠିକା କର୍ମଚାରୀ ଭାବେ ନିଯୋଜିତ ହୋଇଥିବା ରାମଚନ୍ଦ୍ର ହରିଜନ। ଚଳିତ ବର୍ଷ ସରିବାକୁ ମାତ୍ର ୨ ମାସ ବାକି ରହିଥିବାବେଳେ ଆସିଛନ୍ତି ମାତ୍ର ହାତଗଣତି ପର୍ଯ୍ୟଟକ। ସ˚ଗ୍ରହାଳୟ ପକ୍ଷରୁ ଆଗନ୍ତୁକଙ୍କ ନାମ, ଠିକଣାଏବ˚ ଫୋନ ନମ୍ବର ଟିପା ହୋଇ ରହୁଛି। ଚଳିତ ବର୍ଷ ମୋଟ ୧୫୦ରୁ ଅଧିକ ପର୍ଯ୍ୟଟକ ଆସିଥିବା ରେଜିଷ୍ଟେରରୁ ଜଣାପଡିଛି ।
ଠିକା କର୍ମଚାରୀ ଜଣକ ଦୀର୍ଘ ବର୍ଷ ଧରି କାମ କରୁଥିଲେ ହେଁ ଆଜି ପର୍ଯ୍ୟନ୍ତ ସେ ସ୍ଥାୟୀ ହୋଇପାରିନଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି । ସ୍ଥାୟୀ ଚାକିରି ପାଇଁ ସେ ଉପଜିଲ୍ଳାପାଳ, ଜିଲ୍ଲାପାଳ, ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଦୌଡି ଦୌଡି ନୟାନ୍ତ ହେଲେଣି କିନ୍ତୁ ଏପର୍ଯ୍ୟନ୍ତ ଗୁହାରି ଶୁଣିବାକୁ କେହି ନାହାନ୍ତି ବୋଲି ସେ କହିଛନ୍ତି । ୨୦୦୮ରୁ ସେପ୍ଟେମ୍ବର ୨୦୧୨ ଯାଏ ସରକାର ତାଙ୍କୁ ଦୈନିକ ତାଙ୍କୁ ୯୦ ଟଙ୍କା ପ୍ରଦାନ କରୁଥିଲା ବେଳେ ୨୦୧୨ ଅକ୍ଟୋବରରୁ ୨୦୧୫ ଏପ୍ରିଲ ଯାଏ ଦିନକୁ ୧୫୦ ଟଙ୍କା ଓ ଏପ୍ରିଲ ୨୦୧୫ରୁ ଅକ୍ଟୋବର ୨୦୧୫ ଯାଏ ଦିନକୁ ୨୦୦ ଟଙ୍କା ଦେବାକୁ ସ୍ଥିର ହୋଇଥିଲେ ମଧୢ ସରକାର ଏନେଇ କୌଣସି ପଦକ୍ଷେପ ନେଉ ନ ଥିବା ସେ କହିଛନ୍ତି। ଘରେ ରୋଗୀଣା ମା ପାଇଁ ଔଷଧ ଆବଶ୍ୟକ ପଡୁଥିବା ବେଳେ ସେତକ ବି ସେ ଠିକ୍ କ୍ରୟ କରିପାରୁନଥିବା କହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/mesuam.jpg)