ରାଜ୍ୟସ୍ତରୀୟ ପରେଡ୍‌ ଚୟନ ଶିବିର, ଭାଗନେଲେ ୯ ବିଶ୍ବବିଦ୍ୟାଳୟର ୧୯୮ ଛାତ୍ରଛାତ୍ରୀ

ବାରିପଦା: ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ‌ଦେଓ ବିଶ୍ବବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପରେଡ୍‌ ଚୟନ ଶିବିର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟର ୯ଟି ବିଶ୍ବବିଦ୍ୟାଳୟରୁ ୧୯୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପଞ୍ଚମ ବାଟାଲିୟନ୍‌ର ଅଧିକାରୀ ଓ କର୍ମଚାରୀ ଶିବିର ସଂଯୋଜନା କରିଥିଲେ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ସମାଜ ଗଠନରେ ପ୍ରମୁଖ ଭୂମିକା ତୁଲାଇବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ଭୁବନେଶ୍ବର ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ, ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସ୍ନାତ୍ତକୋତ୍ତର ବିଭାଗ ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ଜାତୀୟ ସେବା ଯୋଜନା ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡ. ଶୁଭେନ୍ଦୁ ଦାସ, ଭୁବନେଶ୍ବର ଟ୍ରେନିଂ ଅଫିସର ନୀରଜ ବରଣ ଖୁଣ୍ଟିଆ ଓ କେନ୍ଦୁଝର ଜାତୀୟ ସେବା ଯୋଜନା ସଂଯୋଜକ ଡ. ଅନୁପମା ଦାସ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ।

ସୁନିଲ ଜେନା, ଲିଟନ ପଟ୍ଟନାୟକ, ଆଶିଷ ବସା ଓ ଉଷା ଶତପଥୀ ପ୍ରମୁଖ ବିଚାରକ ଦାୟିତ୍ବ ତୁଲାଇଥିଲେ। ନିଖିଳ ପାଣିଗ୍ରାହୀ, ତୃପ୍ତି ପାତ୍ର, ରିକା ପଣ୍ଡା, ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଦିଲ୍ଲୀପ ପରିମାଣିକ ପ୍ରମୁଖ ଶିବିର ଆୟୋଜନରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର