ରହିବନି ରାଜ୍ୟ ଯୋଜନା ବୋର୍ଡ: ମନ୍ତ୍ରୀ

ଲୋକସେବା ଭବନରେ ସଂପ୍ରସାରଣ ହେଲା ନିର୍ମାଣ ବିଭାଗ କାର୍ଯ୍ୟାଳୟ

ଭୁବନେଶ୍ବର : ରାଜ୍ୟ ଯୋଜନା ବୋର୍ଡ଼ ଆଉ ରହିବ ନାହିଁ। ନୀତି ଆୟୋଗ ଢାଞ୍ଚାରେ ରାଜ୍ୟ ସରକାର ନୂଆ ସଂସ୍ଥା ଗଠନ କରିବେ। ଆଜି ଖୋଦ୍‌ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କେରଳ ସରକାରଙ୍କର ଯୋଜନା ସଂସ୍ଥା ଯେପରି କାର୍ଯ୍ୟକରୁଛି ତାକୁ ଓଡ଼ିଶା ସରକାର ଆପଣାଇଛନ୍ତି। ନୂଆ ସଂସ୍ଥାର ରୂପରେଖ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବଶୀଘ୍ର ଏ ନେଇ ସରକାର ଘୋଷଣା କରିବେ ବୋଲି ସେ କହିଥିଲେ।

ଲୋକସେବା ଭବନରେ ସଂପ୍ରସାରଣ ହେଲା ନିର୍ମାଣ ବିଭାଗ କାର୍ଯ୍ୟାଳୟ
ଭୁବନେଶ୍ବର : ଲୋକସେବା ଭବନରେ ଥିବା ନିର୍ମାଣ ବିଭାଗ କାର୍ଯ୍ୟାଳୟକୁ ନୂଆ ରୂପ ଦିଆଯାଇଛି। ପ୍ରଥମ ମହଲାରେ ଚାଲୁଥିବା ନିର୍ମାଣ ବିଭାଗ କାର୍ଯ୍ୟାଳୟକୁ ପୂର୍ବରୁ ସେହି ମହଲାରେ ଚାଲୁଥିବା ଶ୍ରମ ଓ କର୍ମଚାରୀ ବୀମା ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଏହାସହିତ ଆଗରୁ ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ବସୁଥିବା କୋଠରୀକୁ ବିଭାଗୀୟ ଶାସନ ସଚିବ କ୍ରିଷନ୍‌ କୁମାରଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର