ମେଡ଼ିଏଡ଼୍‍ ମାର୍କେଟିଙ୍ଗ୍‌ ସର୍ଭିସେସ୍‌କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର : ବିଶ୍ୱ ପରିବେଶ ସହାୟତା (ଜିଇଏଫ୍‌) ଏବଂ ମିଳିତ ଜାତିସଂଘ ଶିଳ୍ପ ବିକାଶ ସଂସ୍ଥା ସମ୍ପର୍କିତ ଏବଂ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଆର୍ଥିକ ସହାୟତା ପାଇ ମେଡ଼ିକାଲ ଓ୍ଵଷ୍ଟ୍‍ ପରିଚାଳନା ନିମନ୍ତେ କାର୍ଯ୍ୟ ହାସଲ କରିଥିବା ମେଡ଼ିଏଡ଼୍‍ ମାର୍କେଟିଙ୍ଗ୍‌ ସର୍ଭିସେସ୍‌ ସଂସ୍ଥାକୁ ଇପିଏଫ୍‌ ଜମା ନେଇ ଅନିୟମିତତା ପାଇଁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଉକ୍ତ ସଂସ୍ଥାକୁ ଆଜି ଜାରି କରାଯାଇଥିବା ଏହି କାରଣ ଦର୍ଶାଅ ନୋଟିସ୍‌ର ଜବାବ୍‌ ୧୫ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟଯେ ପ୍ରକଳ୍ପ ଅଧିକାରୀ ଓ ପ୍ରକଳ୍ପ ସଂଯୋଜକଙ୍କୁ ଦରମା ପ୍ରଦାନ ଓ ଇପିଏଫ୍‌ ଜମା ଆଦି କ୍ଷେତ୍ରରେ ଅନିୟମିତତା କରୁଥିବା ନେଇ ସଂସ୍ଥା ନାଁରେ ଅଭିଯୋଗ ହୋଇଥିଲା। ଆଇଆର୍‌ସି ଭିଲେଜ୍‌ରେ ଥିବା ଏହି ସଂସ୍ଥା ବିଭିନ୍ନ ନିୟମକୁ ଉଂଲଘନ କରୁଥିବା ଅଭିଯୋଗ ଆସିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଛି।

ସମ୍ବନ୍ଧିତ ଖବର