କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଷ୍ଟେଟ୍‌ ପ୍ରୋଗ୍ରେସିଭ୍‌ ଓ୍ଵିମେନ୍ସ ଫୋରମ୍‌ର ଗଣଧାରଣା

ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ଲକ୍ଷ୍ୟରେ ଷ୍ଟେଟ୍‌ ପ୍ରୋଗ୍ରେସିଭ୍‌ ଓ୍ଵିମେନ୍ସ ଫୋରମ୍‌ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ଏକ ଗଣଧାରଣା ଆରମ୍ଭ ହୋଇଛି। କୁନ୍ଦୁଲି ପୀଡ଼ିତାଙ୍କୁ ଜନଶୁଣାଣିରେ ସାମିଲ କରି ତାଙ୍କର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ତାଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଭିଯୁକ୍ତକୁ ପୋକ୍ସୋ ଆଇନ ଅନୁସାରେ ଗିରଫ କରାଯିବାକୁ ଫୋରମ ପକ୍ଷରୁ ଦାବି ହୋଇଛି। ଆସନ୍ତା କାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗଣଧାରଣାରେ ବିଭିନ୍ନ ଜିଲ୍ଲାରୁ ଫୋରମ୍‌ର ସଦସ୍ୟାମାନେ ଯୋଗ ଦେଇଥିଲେ। ଏନେଇ ପୁଲିସ ଡିଜି ଆର୍‌ ପି ଶର୍ମାଙ୍କୁ ଏକ ଦାବୀ ପତ୍ର ଦିଆଯିବାକୁ ସ୍ଥିର କରାଯାଇଥିବା ଫୋରମ୍‌ର ଅଧ୍ୟକ୍ଷା ମମତା ସାମନ୍ତରାୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର