ରାଜ୍ୟରେ ଆଜି ୨୦୦୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୨୦୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୧୦୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ଅନୁଗୁଳରୁ ୧୫୯ଜଣ, କଟକରୁ ୧୪୧ଜଣ, ସୁନ୍ଦରଗଡ଼ରୁ ୧୩୧ଜଣ, ଯାଜପୁରରୁ ୧୧୩ଜଣ, ବାଲେଶ୍ୱରରୁ ୧୦୪ଜଣ, ମୟୁରଭଞ୍ଜରୁ ୧୦୨ଜଣ, କଳାହାଣ୍ଡିରୁ ୯୧ଜଣ, କେନ୍ଦ୍ରାପଡାରୁ ୮୦ଜଣ, ବରଗଡ଼ରୁ ୭୮ଜଣ, ବଲାଙ୍ଗୀରରୁ ୭୨ଜଣ, ପୁରୀରୁ ୬୯ଜଣ, କେନ୍ଦୁଝରରୁ ୫୩ଜଣ, କୋରାପୁଟରୁ ୫୩ଜଣ, ଜଗତସିଂହପୁରରୁ ୪୮ଜଣ, ନୂଆପଡାରୁ ୪୭ଜଣ, ଝାରସୁଗୁଡ଼ାରୁ ୪୬ଜଣ, ନବରଙ୍ଗପୁରରୁ ୪୫ଜଣ, ସୋନପୁରରୁ ୪୩ଜଣ, ଢେଙ୍କାନାଳରୁ ୩୬ଜଣ, ସମ୍ବଲପୁରରୁ ୩୫ଜଣ, ଗଞ୍ଜାମରୁ ୩୩ଜଣ, କନ୍ଧମାଳରୁ ୩୧ଜଣ, ମାଲକାନଗିରିରୁ ୨୯ଜଣ, ନୟାଗଡ଼ରୁ ୨୪ଜଣ, ଭଦ୍ରକରୁ ୧୭ଜଣ, ରାୟଗଡ଼ାରୁ ୧୬ଜଣ, ଦେଓଗଡ଼ରୁ ୧୩ଜଣ, ବୌଦ୍ଧରୁ ୧୧ଜଣ, ଗଜପତିରୁ ୫ଜଣ ଏବଂ ଷ୍ଟେଟ ପୁଲରୁ ୫୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ସମ୍ବନ୍ଧିତ ଖବର