ବାଲେଶ୍ବରରେ ରାଜ୍ୟ ସିନିୟର୍‌ ଚେସ୍‌ ଚାମ୍ପିଅନ୍‌ସିପ୍ ୫ରୁ

ବାଲେଶ୍ବର: ବାଲେଶ୍ବର କ୍ଲବ୍‌, ଲାୟନ୍ସ କ୍ଲବ୍‌ ଅଫ୍‌ ବାଲେଶ୍ବର ସ୍ୟାଣ୍ଡ ସିଟି ଏବଂ ବାଲେଶ୍ବର ଜିଲ୍ଲା ଚେସ୍‌ ଆସୋସିଏସନ୍‌ର ମିଳିତ ସହଯୋଗରେ ତଥା ଜାତୀୟ ଚେସ୍‌ ସଂଘ ତତ୍ତ୍ବାବଧାନରେ ୬୨ତମ ରାଜ୍ୟ ସିନିଅର୍‌ ଚେସ୍‌ ପ୍ରତିଯୋଗିତା ଆସନ୍ତା ଶନିବାର ୫ ତାରିଖ ସକାଳ ୯ଟାରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଖେଳାଳି ସୁଇସ୍‌ଲିବ ପଦ୍ଧତିରେ ୮ଟି ଲେଖାଏଁ ମ୍ୟାଚ୍‌‌ ଖେଳିବାକୁ ସୁଯୋଗ ପାଇବେ। ପ୍ରତି ମ୍ୟ‌‌ାଚ୍‌ ପାଇଁ ଜଣେ ଖେଳାଳିଙ୍କୁ ୯୦ ମିନିଟ୍‌ ସମୟ ମିଳିବ। ଅଂଶଗ୍ରହଣ କରିବାକୁ ଆଗ୍ରହୀ ପ୍ରତିଯୋଗୀ ୨୫୦ ଟଙ୍କା ଦେଇ ଏଆଇସିଏଫ୍‌ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ୫୦୦ ଟଙ୍କା ଅନ୍‌ଲାଇନ୍‌ରେ ପଇଠ କରି ଏହି ମାନ୍ୟତାପ୍ରାପ୍ତ  ଖେଳରେ ଭାଗ ନେଇପାରିବେ।

ଭାଗ ନେବା ପାଇଁ ଚାହୁଁଥିବା ଖେଳାଳିମାନେ ଐଶ୍ଚର୍ଯ୍ୟ କୁମାର ସେନାପତି (୯୪୩୯୬୫୬୩୦୪/୯୭୭୬୨୫୦୬୦୪) ଓ ଶ୍ରୀନାଥ ଭୋଇ (୮୯୧୭୫୬୨୦୮୫)ଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଆଜି ଏ ନେଇ ଅନୁଷ୍ଠିତ ବୈଠକରେ ରାଜ୍ୟ କମିଟିର ସଦସ୍ୟ ସନ୍ଦୀପ ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଚେସ୍‌ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ କୁମାର ପଣ୍ଡା, ସଂପାଦକ ମନୋରଂଜନ ପଣ୍ଡା, ଶ୍ରୀ ସେନାପତି, ଶ୍ରୀ ଭୋଇ, ବିଶ୍ବହରି ସାହୁ, ବାଲେଶ୍ବର କ୍ଲବ୍‌ର ସଂପାଦକ ସରଶ ବୋଧନୱାଲା, ଖେଳ ସଂପାଦକ ଅରୁଣ ଖଣ୍ଡେଲୱାଲ, ଲାୟନ୍ସ କ୍ଲବ୍‌ ସ୍ୟାଣ୍ଡ ସିଟିର ସଭାପତି ଶଶିଭୂଷଣ ମିଶ୍ର ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ସୁରେଶ ଚନ୍ଦ୍ର ସାହୁ, ଉମେଶ ମହାନ୍ତି ପରିଚାଳାନା କରିବେ। ପ୍ରତିଯୋଗିତାର ଶ୍ରେଷ୍ଠ ୪ ଜଣ ଖେଳାଳି ଦିଲ୍ଲୀରେ ଡିସେମ୍ବର ୨୨ରୁ ଆରମ୍ଭ ହେଉଥିବା ୫୯ତମ ସିନିଅର୍‌ ଜାତୀୟ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବେ।

ସମ୍ବନ୍ଧିତ ଖବର