ଆଜି ଚିହ୍ନଟ ୫୮ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, ୪୧ ଜଣ ସୁରତ ଫେରନ୍ତା, ୧୦ ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଚିହ୍ନଟ ହୋଇଥିବା ୫୮ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି। ଏମାନଙ୍କ ଭିତରୁ ଜଣଙ୍କୁ ଛାଡ଼ି  ୫୭ ଜଣ ବାହାର ରାଜ୍ୟରୁ ଫେରିଥିବା ସୂଚନା ମିଳିଛି।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଗଞ୍ଜାମର ସମସ୍ତ ୨୯ ଓ ମୟୂରଭଞ୍ଜର ଜଣେ , ଅନୁଗୁଳର ୧୩ ଜଣଙ୍କ ମଧ୍ୟରୁ ୧୧ଜଣ ହେଉଛନ୍ତି ସୁରତ ସୁରତ ଫେରନ୍ତା। ଅପରପକ୍ଷରେ ବାଲେଶ୍ୱରର ୧୫ ଜଣଙ୍କ ମଧ୍ୟରୁ ୫ କର୍ଣ୍ଣାଟକ ଓ ୧୦ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ଅନୁଗୁଳର ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଜଣେ ସ୍ଥାନୀୟ ବ୍ୟକ୍ତି ବୋଲି ସୂଚନା ଦିଆଯାଇଛି।

ଏମାନଙ୍କ ଭିତରୁ ଅନୁଗୁଳର ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଛାଡ଼ି ଅନ୍ୟ ୫୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୨୦ଟି ଜିଲ୍ଲାରୁ ମୋଟ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୪୨ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ, ଅନୁଗୁଳ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦବ୍ୟତୀତ ନୟାଗଡ଼, କୋରାପୁଟ, ଦେବଗଡ଼, ଢେଙ୍କାନାଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର