୪୬ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଲେ ରାଜ୍ୟ ସରକାର: ୩୮ ଜଣ ସୁରତ ଫେରନ୍ତା, ୪୨ଜଣ ସଙ୍ଗରୋଧ କେନ୍ଦ୍ରର

ଭୁବନେଶ୍ବର: ରାଜ୍ୟ ସରକାର ଗତକାଲିଠାରୁ ଏଯାଏଁ ଚିହ୍ନଟ ହୋଇଥିବା ୪୬ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ଏହି ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ଜଣ ସଙ୍ଗରୋଧ କେନ୍ଦ୍ରର, କଣ୍ଟେନମେଣ୍ଟ ଜୋନର ୨ ଜଣ ଅଛନ୍ତି। ଏହି  ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଜଣ ସୁରତ ଫେରନ୍ତା ବୋଲି ବି କୁହାଯାଇଛି । ଗଞ୍ଜାମରୁ ସର୍ବାଧିକ ୨୧ ଜଣ ସୁରତ ଫେରନ୍ତା ତଥ୍ୟ ପ୍ରଦାନ କରାଯାଇଛି।

ଠିକ୍ ସେହିପରି ବାଲେଶ୍ୱରର ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ସୁରତ ଓ ଅନ୍ୟ ଜଣେ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା । ବୌଦ୍ଧ, କଟକ, ପୁରୀ ଓ ମୟୂରଭଞ୍ଜର ଜଣେ ଲେଖାଏଁ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାଯାଇଛି। ଅପରପକ୍ଷରେ ଯାଜପୁରର ୪ ପଜିଟିଭରୁ ୩ ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ରାଉରକେଲା କଣ୍ଟେନମେଣ୍ଟ ଜୋନରୁ ୨ ପଜିଟିଭ ଚିହ୍ନଟ ହୋଇଥିବା ଏଥିରେ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଜି ପୁଣି ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୬୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୫୭ ଜଣ, ଭଦ୍ରକ ଜିଲ୍ଲାରୁ ୩୧ ଜଣ, ଅନୁଗୁଳ ଜିଲ୍ଲାରୁ ୧୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୯ ଜଣ, ପୁରୀରୁ ୪, ବୌଦ୍ଧ ଜିଲ୍ଲାରୁ ୫ଜଣ ଓ କଟକରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦବ୍ୟତୀତ ନୟାଗଡ଼, କୋରାପୁଟ, ଦେବଗଡ଼ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର