୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜାଣନ୍ତୁ, କେଉଁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କେତେ ହେଲା

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କେଉଁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କେତେ ହେଲା ତାହା ଆସନ୍ତୁ ଜାଣିବା। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୮୭ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ସୂଚନା ରହିଛି । ଆଜି ପ୍ରଥମ ଥର ଲାଗି ସମ୍ବଲପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏତଦବ୍ୟତୀତ ଭଦ୍ରକ ଜିଲ୍ଲାରୁ୨୮, ବାଲେଶ୍ୱର ଜିଲ୍ଲାରୁ ୧୭, ଗଞ୍ଜାମ ଜିଲ୍ଲାରୁ ୧୫, କଟକ ଜିଲ୍ଲାରୁ ୧୨, ପୁରୀ ଜିଲ୍ଲାରୁ ୭, କେନ୍ଦୁଝର ଜିଲ୍ଲାରୁ ୪, ଖୋର୍ଦ୍ଧା ଜିଲ୍ଲାରୁ ୩, ବଲାଙ୍ଗୀର ଜିଲ୍ଲାରୁ ୨, କେନ୍ଦ୍ରାପଡ଼ା ଜିଲ୍ଲାରୁ୧ ଓ ସୁନ୍ଦରଗଡ଼ ଜିଲ୍ଲାରୁ୧ ଜଣ ଚିହ୍ନଟ ହୋଇଛନ୍ତି ।


ଏହାଫଳରେ ୨୨ଟି ଜିଲ୍ଲାକୁ ଛୁଇଁଛି କରୋନା। ଏବେ ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ରେ ପହଞ୍ଚିଛି । ଏହି ସଂଖ୍ୟା ଯାଜପୁର ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୧୨୧, ବାଲେଶ୍ୱର ଜିଲ୍ଲାରେ ୧୧୯, ଖୋର୍ଦ୍ଧା ଜିଲ୍ଲାରେ ୫୯, ଭଦ୍ରକ ଜିଲ୍ଲାରେ ୭୪, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୭, ପୁରୀ ଜିଲ୍ଲାରେ ୨୫, ଅନୁଗୁଳ ଜିଲ୍ଲାରେ ୧୫, ମୟୂରଭଞ୍ଜ ଜିଲ୍ଲାରେ ୧୧ , କେନ୍ଦୁଝର ଜିଲ୍ଲାରେ ୮, କଟକ ଜିଲ୍ଲାରେ ୨୨, ବଲାଙ୍ଗୀର ଜିଲ୍ଲାରେ ୬, ନୟାଗଡ଼ ଜିଲ୍ଲାରେ ୬ ଜଣ, ଜଗତସିଂହପୁର ଜିଲ୍ଲାରେ ୫ ଜଣ, ବୌଦ୍ଧ, , ଦେବଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୨ରେ ପହଞ୍ଚିଛି । ଏତଦ ବ୍ୟତୀତ ସମ୍ବଲପୁର, କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୨୭ ଥିବା ବେଳେ, ଏଯାବତ୍ ୫ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ୧୯୬ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର