ଭୁବନେଶ୍ବର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ ୧୦୩ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି। ଏହି ୧୦୩ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ ୨୧ଜଣ ତାମିଲନାଡ଼ୁ ଫେରନ୍ତା ବୋଲି ଜଣାଯାଇଛି। ଏହି ୨୧ଜଣଙ୍କ ଭିତରୁ ଦେବଗଡ଼ ଜିଲ୍ଲାର ୧୬, କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ, ଜଗତସିଂହପୁର ଜିଲ୍ଲାର ଓ ମାଲକାନଗିରି ଜିଲ୍ଲାର ୨ଜଣ,ଲେଖାଏଁ ତାମିଲନାଡ଼ୁ ଫେରନ୍ତା ଅଛନ୍ତି।
01 case in Keonjhar
(In quarantine centre. Maharashtra returnee)09 cases in Malkangiri
(8 in quarantine centres. 4 AP, 2 Telengana & 2 TN returnees. 1 local case)22 cases in Deogarh
(19 in quarantine centres. 3 AP & 16 TN returnees. 3 local cases)— I & PR Department, Odisha (@IPR_Odisha) May 25, 2020
ଦେବଗଡ଼ ଜିଲ୍ଲାର ୨୨ଜଣଙ୍କ ଭିତରୁ ୧୬ ତାମିଲନାଡ଼ୁ ଫେରନ୍ତା ଥିବା ବେଳେ ଆନ୍ଧ୍ର ପ୍ରଦେଶ ଫେରନ୍ତା ୩ଜଣ ଓ ସ୍ଥାନୀୟ ୩ଜଣ ଲୋକ ଅଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ଚିହ୍ନଟ ଜଣେ ତାମିଲନାଡ଼ୁରୁ ଫେରିଥିବା ବେଳେ ୭ ପଶ୍ଚିମବଙ୍ଗ ଫେରନ୍ତା,୪ ତେଲେଙ୍ଗାନା ଫେରନ୍ତା, ଜଣେ ଗୁଜୁରାଟ ଓ ୨ ଜଣ କର୍ଣ୍ଣାଟକ ଫେରନ୍ତା ଥିବା ଜଣାଯାଇଛି। କନ୍ଧମାଳରୁ ଜଣକ ସୁରତ ଫେରନ୍ତା।
ଜଗତସିଂହପୁର ଜିଲ୍ଲାର ୮ ପଶ୍ଚିମବଙ୍ଗ ଫେରନ୍ତା ଥିବା ବେଳେ ମାଲକାନଗିରି ଜିଲ୍ଲାର ୨ଜଣ ତେଲେଙ୍ଗାନା ଫେରନ୍ତା, ୪ ଆନ୍ଧ୍ର ପ୍ରଦେଶ ଫେରନ୍ତା ଓ ଜଣେ ସ୍ଥାନୀୟ ଲୋକ ଅଛନ୍ତି।
ଭଦ୍ରକରୁ ଚିହ୍ନଟ ଲୋକମାନଙ୍କ ଭିତରୁ ୪ ପଶ୍ଚିମବଙ୍ଗ, ୨ଗୁଜୁରାଟ, ଜଣେ ତେଲେଙ୍ଗାନା ଓ ଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା।
ବଲାଙ୍ଗୀରରୁ ଚିହ୍ନଟ ୮ଜଣଙ୍କ ଭିତରୁ ୨ଜଣ ଗୁଜୁରାଟରୁ ଫେରିଥିବା ବେଳେ, ୫ ମହାରାଷ୍ଟ୍ର, ଜଣେ ଛତିଶଗଡ଼ ଫେରନ୍ତା ଥିବା ଅଛନ୍ତି। ଢେଙ୍କାନାଳରୁ ଚିହ୍ନଟଜଣକ ଛତିଶଗଡ଼ ଫେରନ୍ତା ଥିବା ଅଛନ୍ତି। ମୟୂରଭଞ୍ଜର ଚିହ୍ନଟଜଣକ ଆନ୍ଧ୍ର ପ୍ରଦେଶ ଫେରନ୍ତା। ଗଜପତିର ୬ଜଣ ଯାକ ମହାରାଷ୍ଟ୍ର ଫେରନ୍ତା।
01 Mayurbhanj
(In quarantine centre. AP returnee)06 cases in Gajapati
(All in quarantine centres. M'rashtra returnees)05 cases in Balasore
(All in quarantine centres. 3 TN, 1 WB & M'rashtra returnees)— I & PR Department, Odisha (@IPR_Odisha) May 25, 2020
ବାଲେଶ୍ବରର ୫ଜଣଙ୍କ ୩ଜଣ ତାମିଲନାଡ଼ୁ ଜଣେ ଲେଖାଏଁ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଫେରନ୍ତା ଅଛନ୍ତି। କେନ୍ଦୁଝରର ଆକ୍ରାନ୍ତଜଣକ ମହାରାଷ୍ଟ୍ର ଫେରନ୍ତା। ଖୋର୍ଦ୍ଧାର ୪ଜଣଙ୍କ ଭିତର ୩ଜଣ ଗୁଜୁରାଟ ଓ ଜଣେ ମହାରାଷ୍ଟ୍ର ଫେରନ୍ତା। ଭୁବନେଶ୍ବରରୁ ଚିହ୍ନଟ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ। ଯାଜପୁରର ଜଣକ ସୁରତ ଫେରନ୍ତା। କୋରାପୁଟର ୬ଜଣଯାକ ଆନ୍ଧ୍ର ପ୍ରଦେଶ ଫେରନ୍ତା। ଗଞ୍ଜାମର ୪ଜଣଙ୍କ ଭିତରୁ ୨ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ।