ଆଜି ଚିହ୍ନଟ ହୋଇଥିବା ନୂଆ ୭୯ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କଲେ ରାଜ୍ୟ ସରକାର, ୧୪ ପଶ୍ଚିମବଙ୍ଗ ଫେରନ୍ତା
ଭୁବନେଶ୍ବର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ ୭୯ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି। ଏହି ୭୯ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ ୧୪ଜଣ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାଯାଇଛି। ଏହି ୧୪ଜଣଙ୍କ ଭିତରୁ ବଲାଙ୍ଗୀର ଜିଲ୍ଲାର ୭, କଟକର ୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାର ୨ଜଣ ଓ ଯାଜପୁର ଜିଲ୍ଲାର ୨ଜଣ ଅଛନ୍ତି।
14 cases in Bolangir
(All in q’tine centres. 7 WB, 6 M’rastra & 1 TN returnees)03 cases in Dhenkanal
(All in q’tine centres. 1 M’rashtra & 2 Telengana returnees)16 cases in Cuttack
(15 in q’tine centres. 5 M’rastra, 3 WB, 3 AP, 1 TN & 3 Dubai returnees. 1 local contact case)— I & PR Department, Odisha (@IPR_Odisha) May 26, 2020
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, କଟକ ଜିଲ୍ଲାର ୧୬ ଜଣଙ୍କ ଭିତରୁ ଜଣେ ତାମିଲନାଡ଼ୁ ଫେରନ୍ତା ଥିବା ବେଳେ ଆନ୍ଧ୍ର ପ୍ରଦେଶ ଫେରନ୍ତା, ୫ଜଣ ମହାରାଷ୍ଟ୍ର ଓ ୩ଜଣ ଦୁବାଇ ଫେରନ୍ତା ଥିବା ବେଳେ ଜଣେ ସ୍ଥାନୀୟ ଲୋକ ଅଛନ୍ତି। ବଲାଙ୍ଗୀରରୁ ଚିହ୍ନଟ ୧୪ଜଣଙ୍କ ଭିତରୁ ୭ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ, ୬ଜଣ ମହାରାଷ୍ଟ୍ର, ଜଣେ ତାମିଲନାଡ଼ୁ ଫେରନ୍ତା ଅଛନ୍ତି। ଢେଙ୍କାନାଳରୁ ଚିହ୍ନଟ ୩ଜଣଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର, ୨ଜଣ ତେଲେଙ୍ଗାନା ଫେରନ୍ତା ଥିବା ଜଣାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରୁ ଚିହ୍ନଟ ୬ଜଣଙ୍କ ଭିତରୁ ଜଣେ ତାମିଲନାଡ଼ୁରୁ ଫେରିଥିବା ବେଳେ ୩ ସୁରତ ଓ ୨ ପଶ୍ଚିମବଙ୍ଗ ଫେରନ୍ତା ଥିବା ବେଳେ କନ୍ଧମାଳରୁ ଚିହ୍ନଟଜଣକ ଓ ନୟାଗଡ଼ର ୩ ସୁରତ ଫେରନ୍ତା। ବାଲେଶ୍ବରର ୩ ତେଲେଙ୍ଗାନା ଫେରନ୍ତା ଓ ଜଣେ ସ୍ଥାନୀୟ ଲୋକ ଥିବା ଜଣାଯାଇଛି। କେନ୍ଦୁଝରର ଜଣେ ଲେଖାଏଁ ବିହାର ଓ ଗୁଜୁରାଟରୁ ଫେରିଥିବା ବେଳେ ଓ ୨ ଜଣ ବିହାର ଫେରନ୍ତା ଥିବା ଜଣାଯାଇଛି। ପୁରୀର ୪ଜଣଙ୍କ ଭିତରୁ ୩ ତାମିଲନାଡ଼ୁରୁ ଫେରିଥିବା ବେଳେ ଜଣେ ତେଲେଙ୍ଗାନା ଫେରନ୍ତା ଅଛନ୍ତି।
05 cases in Ganjam
(4 in quarantine centres. 4 Surat returnees & 1 local contact case)04 cases in Khurdha
(All in quarantine centres. Surat returnees)03 cases in Nayagarh
(All in quarantine centres. Surat returnees)01 case in Kandhamal
(In quarantine centre. Surat returnee)— I & PR Department, Odisha (@IPR_Odisha) May 26, 2020
ସୁବର୍ଣ୍ଣପୁରର ଚିହ୍ନଟଜଣକ ଗୁଜୁରାଟ ଫେରନ୍ତା। ଅନୁଗୁଳର ଚିହ୍ନଟଜଣକ ତାମିଲନାଡ଼ୁରୁ ଫେରିଥିବା ବେଳେ, ଗଞ୍ଜାମ ଜିଲ୍ଲାର ୫ଜଣଙ୍କ ଭିତରୁ ୪ ସୁରତ ଫେରନ୍ତା ଓ ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଖୋର୍ଦ୍ଧାର ୪ ସଂକ୍ରମିତ ସୁରତ ଫେରନ୍ତା। ଝାରସୁଗୁଡ଼ାର ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଯାଜପୁରରୁ ଚିହ୍ନଟ ଦୁଇଜଣ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାଯାଇଛି।