ଭୁବନେଶ୍ବର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ ୬୭ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ୬୫ଜଣ ସଙ୍ଗରୋଧ କେନ୍ଦ୍ରର ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ, ଏହି ୬୭ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ୨୮ଜଣ ଗୁଜୁରାଟ ଫେରନ୍ତା ବୋଲି ଜଣାଯାଇଛି।
ଏମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାର ୧୬, ନୟାଗଡ଼ ଜିଲ୍ଲାର ୭ଜଣ, ଖୋର୍ଦ୍ଧା ଜିଲ୍ଲାର ୩ଜଣ ଓ ଯାଜପୁର ଜିଲ୍ଲାର ୨ଜଣ ଗୁଜୁରାଟ ଫେରନ୍ତା ଅଛନ୍ତି।
26 cases in Ganjam
(25 in quarantine centres. 16 Surat, 6 Maharastra, 3 TN returnees & 1 local contact case)11 cases in Khurdha
(10 in quarantine centres. 5 Maharashtra, 3 Gujarat, 2 WB returnees & 1 local contact case)— I & PR Department, Odisha (@IPR_Odisha) May 28, 2020
ଗଞ୍ଜାମ ଜିଲ୍ଲାର ୨୬ଜଣଙ୍କ ଭିତରୁ ୧୬ ସୁରତ ଫେରନ୍ତା, ୬ ମହାରାଷ୍ଟ୍ର ଫେରନ୍ତା, ୩ଜଣ ତାମିଲନାଡ଼ୁ ଫେରନ୍ତା ଓ ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଖୋର୍ଦ୍ଧାର ୧୧ ସଂକ୍ରମିତଙ୍କ ଭିତରୁ ୩ଜଣ ଗୁଜୁରାଟ ଫେରନ୍ତା, ୫ଜଣ ମହାରାଷ୍ଟ୍ର ଫେରନ୍ତା , ୨ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଯାଜପୁର ଜିଲ୍ଲାର ୧୧ ସଂକ୍ରମିତଙ୍କ ଭିତରୁ ୨ଜଣ ଗୁଜୁରାଟ ଫେରନ୍ତା,ଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା ଓ ୮ଜଣ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି। ଜଗତସିଂହପୁର ଜିଲ୍ଲାର ୨ଜଣ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଓ କେନ୍ଦୁଝରର ସଂକ୍ରମିତଜଣକ ଜଣେ ଉତ୍ତର ପ୍ରଦେଶରୁ ଫେରିଥିବା ଜଣାଯାଇଛି।
ଅପରପକ୍ଷରେ ନୟାଗଡ଼ ଜିଲ୍ଲାର ୭ଜଣ ଯାକ ଗୁଜୁରାଟ ଫେରନ୍ତା ଅଛନ୍ତି। ବଲାଙ୍ଗୀରରୁ ଚିହ୍ନଟ ୨ଜଣ ମହାରାଷ୍ଟ୍ରରୁ ଫେରିଛନ୍ତି।ସମ୍ବଲପୁରରୁ ଚିହ୍ନଟ ୨ଜଣଙ୍କ ଭିତରୁ ଜଣେ ଉତ୍ତର ପ୍ରଦେଶରୁ ଫେରିଥିବା ବେଳେ ଆରଜଣକ ଆନ୍ଧ୍ର ପ୍ରଦେଶ ଫେରନ୍ତା। ଠିକ୍ ସେହିପରି ସୁବର୍ଣ୍ଣପୁର ଜିଲ୍ଲାରୁ ଚିହ୍ନଟ ୪ଜଣଙ୍କ ଭିତରୁ ୨ଜଣ ତାମିଲନାଡ଼ୁରୁ ଫେରିଥିବା ବେଳେ ୨ଜଣ ମହାରାଷ୍ଟ୍ର ଫେରନ୍ତା ଅଛନ୍ତି। ବରଗଡ଼ର ଆକ୍ରାନ୍ତଜଣକ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାଯାଇଛି।
ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୪୧ ହୋଇଥିବା ବେଳେ ୮୧୨ଜଣ ସୁସ୍ଥ ହୋଇଛନ୍ତି। ଏଯାବତ୍ କରୋନା ସଂକ୍ରମଣରେ ୭ଜଣଙ୍କର ପ୍ରାଣହାନି ଘଟିଛି।