ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୯୬ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି | ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ ସଙ୍ଗରୋଧରେ ଥିଲେ ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ, ଏହି ୯୬ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ ୫୦ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାଯାଇଛି।
ଗଞ୍ଜାମ ଜିଲ୍ଲାର ୬ଜଣଯାକ ସୁରତ ଫେରନ୍ତା। ଗଜପତି ଜିଲ୍ଲାର ୧୦ଜଣଯାକ ମହାରାଷ୍ଟ୍ର ଫେରନ୍ତା। ବାଲେଶ୍ବରର ୪ଜଣଙ୍କ ଭିତରୁ ଜଣେ ଗୁଜୁରାଟ, ୨ଜଣ ମହାରାଷ୍ଟ୍ର, ଜଣେ ଗୁଜୁରାଟ ଓ ଜଣେ ତାମିଲନାଡ଼ୁ ଫେରନ୍ତା ସଂକ୍ରମିତ ଅଛନ୍ତି। ଖୋର୍ଦ୍ଧାର ୯ ସଂକ୍ରମିତଙ୍କ ଭିତରୁ ୫ଜଣ ସୁରତ ଫେରନ୍ତା, ୩ଜଣ ମହାରାଷ୍ଟ୍ର ଫେରନ୍ତା ଓ ଜଣେ ତାମିଲନାଡ଼ୁ ଫେରନ୍ତା ଅଛନ୍ତି। କଳାହାଣ୍ଡି ଜିଲ୍ଲାର ୫ ଆକ୍ରାନ୍ତଙ୍କ ଭିତରୁ ୨ଜଣ ମହାରାଷ୍ଟ୍ର ଫେରନ୍ତା, ଜଣେ ଗୁଜୁରାଟରୁ ଓ ୨ଜଣ ତେଲେଙ୍ଗାନା ଫେରିଥିବା ଜଣାଯାଇଛି।
06 cases in Jagatsinghpur
(All in quarantine centres. 3 M'rashtra & 3 TN returnees)06 cases in Jajpur
(All in quarantine centres. 4 Maharastra, 1 WB & 1 Gujarat returnees)— I & PR Department, Odisha (@IPR_Odisha) May 30, 2020
ଅପରପକ୍ଷରେ ନୟାଗଡ଼ ଜିଲ୍ଲାର ଆକ୍ରାନ୍ତଜଣଙ୍କ ତାମିଲନାଡ଼ୁ ଫେରନ୍ତା ବୋଲି ଜଣାଯାଇଛି। ବଲାଙ୍ଗୀରରୁ ଚିହ୍ନଟ ୭ଜଣ ମହାରାଷ୍ଟ୍ରରୁ ଫେରିଛନ୍ତି। ଜଗତସିଂହପୁର ଜିଲ୍ଲାର ୬ଜଣ ଆକ୍ରାନ୍ତଙ୍କ ଭିତରୁ ୩ ମହାରାଷ୍ଟ୍ର ଓ ୩ ତାମିଲନାଡ଼ୁ ଫେରନ୍ତା ଅଛନ୍ତି। ଯାଜପୁର ଜିଲ୍ଲାର ୬ ସଂକ୍ରମିତଙ୍କ ଭିତରୁ ଜଣେ ଗୁଜୁରାଟ ଫେରନ୍ତା, ୪ଜଣ ମହାରାଷ୍ଟ୍ର ଫେରନ୍ତା ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ୭ଜଣଯାକ ମହାରାଷ୍ଟ୍ର ଫେରନ୍ତା। ଦେବଗଡ଼ ଜିଲ୍ଲାର ୪ଜଣଯାକ ତେଲେଙ୍ଗାନା ଫେରନ୍ତା ଅଛନ୍ତି। କେନ୍ଦ୍ରାପଡ଼ାର ୧୦ଆକ୍ରାନ୍ତଙ୍କ ଭିତରୁ ୬ଜଣ ଗୁଜୁରାଟ,ଜଣେ ମହାରାଷ୍ଟ୍ର ଓ ଜଣେ ରାଜସ୍ଥାନରୁ ଫେରିଥିବା ଜଣାଯାଇଛି।
10 cases in Gajapati
(All in quarantine centres. Maharashtra returnees)06 cases in Ganjam
(All in quarantine centres. Surat returnees)07 cases in Bolangir
(All in quarantine centres. M'rashtra returnees)07 cases in Sundargarh
(All in quarantine centres. M'rashtra returnees)— I & PR Department, Odisha (@IPR_Odisha) May 30, 2020
ଭଦ୍ରକ ଜିଲ୍ଲାର ୭ଜଣଙ୍କ ଭିତରୁ ୪ ଗୁଜୁରାଟ ଫେରନ୍ତା, ୨ ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ମହାରାଷ୍ଟ୍ର ଫେରନ୍ତା ଅଛନ୍ତି।ଢେଙ୍କାନାଳ ଜିଲ୍ଲାର ୨ଜଣଯାକ ମହାରାଷ୍ଟ୍ର ଫେରନ୍ତା । ନୂଆପଡ଼ାର ୪ଜଣଯାକ ମହାରାଷ୍ଟ୍ର ଫେରନ୍ତା ଥିବା ଜଣାଯାଇଛି। କେନ୍ଦୁଝରର ସଂକ୍ରମିତଜଣକ ତେଲେଙ୍ଗାନା ଫେରନ୍ତା ଓ ପୁରୀର ସଂକ୍ରମିତଜଣକ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଦିଆଯାଇଛି । କଟକରୁ ଚିହ୍ନଟ ୬ ସଂକ୍ରମିତଙ୍କ ଭିତରୁ ୪ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ସଂକ୍ରମିତ ଆବୁଧାବି ଓ ଆରଜଣକ ଦୁବାଇ ଫେରନ୍ତା ବୋଲି ଜଣାଯାଇଛି।